ପଞ୍ଜାବ ସରକାର ଅଦଳ ବଦଳ ରେ ହାତ କାହାର

ପଞ୍ଜାବ ସରକାର ରେ ହୋଇଛି ବଡ଼ ଧାରଣ ର ଅଦଳ ବଦଳ I ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ ପଦରୁ ଇସ୍ତଫା ଦେବାପରେ ତାଙ୍କ ସ୍ଥାନ ନେଇଛନ୍ତି , ଚରଣଜିତ ସିଂ ଚନ୍ନି I ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଅମରିନ୍ଦର ସରକାର ପ୍ରତି ଥିବା ଲୋକଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ କଂଗ୍ରେସ ଗୋଟି ଚଳାଇଛି। ତେବେ ଅମରିନ୍ଦର ପଞ୍ଜାବ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ । ଗାନ୍ଧୀ ପରିବାର ସହ ମଧ୍ୟ ତାଙ୍କର ଥିଲା ଘନିଷ୍ଠ ସମ୍ପର୍କ । ହେଲେ ଚନ୍ନି ଅମରିନ୍ଦରଙ୍କ ଭଳି ଜଣେ ଲୋକପ୍ରିୟ ନେତା ନୁହନ୍ତି। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ କଂଗ୍ରେସ କେତେ ଲାଭବାନ ହେବ ତାହା ଏବେ ଆଲୋଚନାର ବିଷୟ ପାଲଟିଛି ।ରଣଜିତ୍ ଚନ୍ନି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ, ସୁଖଜିନ୍ଦର ସିଂହ ରାନ୍ଧୱା ଓ ଓପି ସୋନୀ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୌଡରେ ଚରଣଜିତଙ୍କ ସ୍ଥାନରେ ସୁଖଜିନ୍ଦରଙ୍କ ନାମ ଥିଲା । ତେବେ ଶେଷ ମୁହୂର୍ତରେ ଚରଣଜିତ୍ ଚନ୍ନିଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଥିଲା ।
୧୯୯୯ରେ ପଞ୍ଜାବ କଂଗ୍ରେସର ସଭାପତି ହୋଇଥିଲେ ଅମରିନ୍ଦର । ଦଳରେ ତାଙ୍କର ଦବଦବା ବଢିଥିଲା । ହେଲେ ଜାତୀୟ ରାଜନେତା ଓ ତାଙ୍କ ମଧ୍ୟରେ ଅବିଶ୍ୱାସ ମଧ୍ୟ ବଢିବାରେ ଲାଗିଥିଲା ।୨୦୦୪ରେ ରାହୁଲ କଂଗ୍ରେସର ସାଂସଦ ଓ ଉପାଧ୍ୟକ୍ଷ ହେବା ପରେ ଅମରିନ୍ଦରଙ୍କ ସହ ସମ୍ପର୍କ ଖରାପ ହେବାରେ ଲାଗିଥିଲା । ୨୦୧୫ରେ ଏହା ଚରମ ସ୍ଥିତିରେ ପହଁଚିଥିଲା ।
ନିକଟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋରି ଧରିଥିବା ବେଳେ ସେ ଅମରିନ୍ଦରଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଥିଲେ। ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସହିତ ପ୍ରଶାନ୍ତ କିଶୋର ପଞ୍ଜାବ କଂଗ୍ରେସ ବାବଦରେ ଆଲୋଚନା କରିଥିବା ସୂଚନା ରହିଛି । ଏହି ସମୟରେ ପିକେ ଅନେକ କଥା କହିଥିବା ମଧ୍ୟ ସୂଚନା ମିଳିଛି। ଏହି ଆଧାରରେ କଂଗ୍ରେସ ହାଇକମାଣ୍ଡ ପଞ୍ଜାବରେ ଅଦଳ ବଦଳ କରିଥିବା ଆକଳନ କରାଯାଉଛି। ଚ

Comments (0)
Add Comment