ସଲମାନ ଖୁର୍ସିଦ ଙ୍କ ପୁସ୍ତକ ପ୍ରକାଶନରେ ପ୍ରତିବନ୍ଧକ ଲଗାଯାଇ ପାରିବ ନାହିଁ


ନିକଟରେ କଂଗ୍ରେସ ର ପୂର୍ବତନ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁରସିଦ୍ ତାଙ୍କ ପୁସ୍ତକ ‘ସୂର୍ଯ୍ୟୋଦୟ ଉପରେ ଅଯୋଧ୍ୟା’ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ସେ ହିନ୍ଦୁତ୍ବ କୁ ଆତଙ୍କୀ ଗୋଷ୍ଠୀ ଆଇଏସଆଇଏସ ଏବଂ ବୋକୋ ହରାମ ସହିତ ତୁଳନା କରିଥିଲେ I ଏହି ବିଷୟରେ ହିନ୍ଦୁସେନା ପକ୍ଷରୁ ପୁସ୍ତକ ପ୍ରକାଶନ, ପ୍ରଚାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ପଟିୟାଲା କୋର୍ଟରେ ଏକ ପିଟିସନ ଦାଖଲ କରିଥିଲା।
ତେବେ ଖୁରସିଦଙ୍କ ପୁସ୍ତକ ପ୍ରକାଶନ ତଥା ବିକ୍ରୟକୁ ବନ୍ଦ କରିବାକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି, କୌଣସି ବ୍ୟକ୍ତି ର ଅଭିବ୍ୟକ୍ତିର ଅଧିକାରକୁ ବାରଣ କରାଯାଇପାରିବ ନାହିଁ। ତେବେ କୋର୍ଟ କହିଛନ୍ତି ଯେ ଆବେଦନକାରୀ ଯଦି ଇଚ୍ଛା କରନ୍ତି ତେବେ ପୁସ୍ତକ ବିରୋଧରେ ପ୍ରଚାର କରିପାରିବେ।
ହିନ୍ଦୁ ସେନା ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା ଯେ ଏହି ପୁସ୍ତକ ହିନ୍ଦୁମାନଙ୍କ ଭାବନାକୁ ଆଘାତ କରୁଛି। କିନ୍ତୁ କିନ୍ତୁ କୋର୍ଟ କହିଛନ୍ତି କି ଲେଖକ ଏବଂ ପ୍ରକାଶକଙ୍କ ପୁସ୍ତକ ଲେଖିବା ଏବଂ ପ୍ରକାଶନ କରିବାର ଅଧିକାର ରହିଛି ଏବଂ ଏଥିରେ ପ୍ରତିବନ୍ଧକ ଲଗାଯାଇ ପାରିବ ନାହିଁ I
ସୂଚନା ଥାଉ କି ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ଙ୍କ ବିବାଦିତ ପୁସ୍ତକ ପ୍ରକାଶନ ବନ୍ଦ ପାଇଁ ବିରୋଧ କରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଗତ ଶନିବାର ଦିନ ନୈନିତାଲ ଠାରେ ତାଙ୍କ ଘରକୁ ପଥର ମାଡ଼ ସହିତ ଜଳାପୋଡ଼ା କରାଯାଇଥିଲା I ଘରର କବାଟ, ଝରକା ସବୁ ଜଳି ପୋଡି ଯାଇଛି। ଏନେଇ ଫେସ୍‌ବୁକ୍‌ ଜରିଆରେ ନିଜେ ସଲମାନ ଖୁର୍ସିଦ ସୂଚନା ଦେଇଥିଲେ I

Comments (0)
Add Comment