ଓଡ଼ିଶ। ପରିବ।ର ସହଯେ।ଗରେ ଲ।ଓସ୍‌ରୁ ୩୮ଜଣ ଶ୍ରମିକଙ୍କ ସ୍ୱଦେଶ ପ୍ରତ୍ୟ।ବର୍ତ୍ତନ ପ୍ରକ୍ରିୟ। ଆରମ୍ଭ

ଭୁବନେଶ୍ୱର : ଲାଓସରୁ ଫେରିବେ ୩୮ ଜଣ ନିର୍ଯ୍ୟାତିତ ଶ୍ରମିକ I ସେଠାରେ ଏକ ପ୍ଳାଏଉଡ କମ୍ପାନୀରେ କାମ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ ଏହି ଶ୍ରମିକ ମାନେ ଯାଇଥିଲେ I ତେବେ ସେଠାରେ ଶ୍ରମିକମାନେ ନିର୍ଯାତିତ ହେଉଥିବା ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟକୁ ଅବଗତ କରାଇ , ସେମାନଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବାକୁ ନିବେଦନ କରିଥିଲେ। ଏହି ଖବର ପାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ୩୮ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାରପୂର୍ବକ ସ୍ୱଦେଶ ଫେରାଇ ଆଣିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଓଡ଼ିଶା ପରିବାର ନିର୍ଦ୍ଦେଶକ ଦିଲୀପ ରାଉତରାଏ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ, କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନାଲ କମିଶନର ଡ.ସୁରେଶ ଚନ୍ଦ୍ର ଦଳାଇ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ନୂଆଦିଲ୍ଲୀ ଆବାସିକ କମିଶନର ରବିକାନ୍ତଙ୍କ ସହ ଯୋଗାଯୋଗ କରିଥିଲେ I ସଙ୍ଗେସଙ୍ଗେ ଭାରତୀୟ ଦୂତାବାସ ଓ ବୈଦେଶିକ ମନ୍ତ୍ରଣାଳୟ ସହ ନିରନ୍ତର ଉଦ୍ୟମ ଫଳରେ ଲାଓସରୁ ପ୍ରଥମ ପର୍ଯ୍ୟାୟରେ ୧୦ଜଣ ଶ୍ରମିକ ପ୍ରତ୍ୟାବର୍ତ୍ତନ କରିଛନ୍ତି I ଅବଶିଷ୍ଟ ୨୮ଜଣ ଶ୍ରମିକ ଆଜି ରାତି ଲାଓସ୍‌ରୁ ବ୍ୟାଙ୍କକ୍‌ ଦେଇ ବିମାନଯୋଗେ କଲିକତା ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେମାନେ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିବେ।

ପ୍ରକାଶଥାଉ କି, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ହେବାପରେ ଓଡ଼ିଶା ବାହାରେ ଓ ବିଦେଶରେ ରହୁଥିବା ସମସ୍ତ ପ୍ରବାସୀ ଓଡ଼ିଶା ପରିବାର ସଦସ୍ୟଙ୍କ ସହ ସାମାଜିକ, ସାଂସ୍କୃତିକ ଓ ଭାବଗତ ସମ୍ପର୍କ ରକ୍ଷା କରି ସେମାନଙ୍କ ବିପଦ ଆପଦରେ ଦିବାରାତ୍ର ସହଯୋଗର ହାତ ବଢାଇ ବିଗତ ଦିନରେ ମଣିପୁର ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରାଇବା, ଦୁବାଇରୁ ଗଞ୍ଜାମ ଜିଲ୍ଲାର ଶ୍ରମିକଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ, ତ୍ରିପୁରା ରଥଯାତ୍ରା ଦୁର୍ଘଟଣା ସମୟରେ ସମବେଦନା ଜ୍ଞାପନ, ଇସ୍ରାଏଲ୍‌ରେ ଥିବା ଓଡ଼ିଆ ଛାତ୍ରଙ୍କୁ ପ୍ରତ୍ୟାବର୍ତ୍ତନ, ସୁବର୍ଣ୍ଣପୁର ଜିଲ୍ଲାରୁ ବିହାରର ଗୟାରେ ଦୁର୍ଘଟଣାଗ୍ରସ୍ତ ତୀର୍ଥଯାତ୍ରୀଙ୍କୁ ଓଡ଼ିଶା ପ୍ରତ୍ୟାବର୍ତ୍ତନରେ ସହଯୋଗ, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଆºëଲାନ୍ସ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଚାରିଜଣଙ୍କ ମୃତଦେହକୁ ସ୍ୱଗ୍ରାମକୁ ଫେରାଇଆଣି ଶେଷକୃତ୍ୟସମ୍ପନ୍ନ , ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରେ ଅକାଳ ମୃତ୍ୟୁବରଣ କରିଥିବା ମାଲକାନଗିରି ଜିଲ୍ଲାର ତିନିଜଣଙ୍କ ମରଶରୀର ଫେରାଇଆଣି ସେମାନଙ୍କ ଗ୍ରାମରେ ଶେଷକୃତ୍ୟ ସମ୍ପାଦନ, ଚେନ୍ନାଇରେ ଅପମୃତ୍ୟୁ ହୋଇଥିବା ମୟୂରଭଞ୍ଜ ଜିଲ୍ଲାର ସରାଇ ମୁର୍ମୁ ଓ ନରେଶ ବେହେରାଙ୍କ ମୃତଦେହ ଗ୍ରାମକୁ ଅଣାଯାଇ ଶେଷକୃତ୍ୟ ସମ୍ପାଦନ, ଆନ୍ଧ୍ରପ୍ରଦେଶର ତେଲେଙ୍ଗାନାରେ ମୃତ୍ୟୁବରଣ କରିଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ରାକେଶ ମଲ୍ଲିକଙ୍କ ମରଶରୀରଙ୍କୁ ତାଙ୍କ ଗ୍ରାମକୁ ଫେରାଇ ଆଣି ଶେଷକୃତ୍ୟ ସମ୍ପାଦନରେ ପୂର୍ବରୁ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗର ହାତ ବଢାଇଛନ୍ତି।

ଆଗାମୀ ଦିନରେ ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ପରିବାର ସହିତ ସାଂସ୍କୃତିକ ଭାବ ବିନିମୟ ସହ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ପାଇଁ ଓଡ଼ିଶା ପରିବାର ସଂକଳ୍ପବଦ୍ଧ।