ଷ୍ଟାଚ୍ୟୁ ଅଫ ‘ଇକ୍ଵାଲିଟି’ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଉଦ୍ଘାଟିତ ହୋଇ ଯାଇଛି ଷ୍ଟାଚ୍ୟୁ ଅଫ ଇକ୍ୱାଲିଟି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଚ୍ୟୁ ଅଫ ‘ଇକ୍ଵାଲିଟି’ର ଲୋକାର୍ପଣ କରିଛନ୍ତି I ୨୧୬ ଫୁଟ୍ ଉଚ୍ଚ ଷ୍ଟାଚ୍ୟୁ ଅଫ ଇକ୍ଵାଲିଟି ୧୧ମ ଶତାବ୍ଦୀର ଭକ୍ତି ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମୁତିରେ ନିର୍ମାଣ କରାଯାଇଛି। ପ୍ରଧାନ ମନ୍ତ୍ରୀ ଶ୍ରୀରାମନଗର ସ୍ଥିତ ରାମାନୁଜାଚାର୍ଯ୍ୟଙ୍କ ମନ୍ଦିର ପରିସରରେ ସ୍ଥିତ ଏକ ଜଜ୍ଞଶାଳାରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ପରିସରରେ ନିର୍ମିତ ୧୦୮ ଦିବ୍ୟ ଦେଶମ ମନ୍ଦିରର ପରିକ୍ରମା କରି ଏହି ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି ।

୫୮ ଫୁଟ ଉଚ୍ଚତା ବିଶିଷ୍ଟ ରାମାନୁଜଚାର୍ଯ୍ୟଙ୍କ ମନ୍ଦିରର ମୂଳ ଭବନ ଉପରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ମୂର୍ତ୍ତିକୁ ୫ଟି ଧାତୁରେ ନିର୍ମାଣ କରାଯାଇଛି । ଏସବୁ ହେଉଛି ସୁନା, ରୂପା, ତମ୍ବା, ପିତ୍ତଳ ଓ ଜିଙ୍କ୍। ଏଥିଲାଗି ମୋଟ ୧୪ ଶହ କୋଟି ଖର୍ଚ୍ଚ କରାଯାଇଛି। ଯାହାର ଅଧିକାଂଶ ଭାଗ ଦାନ ଆକାରରେ ପ୍ରାପ୍ତ ହୋଇଛି । ଏହି ପ୍ରତିମୂର୍ତ୍ତିକୁ ୫୪ ଫୁଟ ଉଚ୍ଚ ବେସ ବିଲ୍ଡିଂରେ ସ୍ଥାପନ କରାଯାଇଛି । ଯାହାର ନାମ ହେଉଛି ‘ଭଦ୍ରା ବେଦୀ’। ଏଥିରେ ବୈଦିକ ଡିଜିଟାଲ ଲାଇବ୍ରେରୀ ଏବଂ ଅନୁସନ୍ଧାନ କେନ୍ଦ୍ର, ପ୍ରାଚୀନ ଭାରତୀୟ ଗ୍ରନ୍ଥ, ପ୍ରେକ୍ଷାଳୟ ସହ ଏକ ଶିକ୍ଷଣୀୟ ଗ୍ୟାଲେରୀ ରହିଛି । ଯେଉଁଥିରେ ରାମାନୁଜ ଆଚାର୍ଯ୍ୟଙ୍କ ଅନେକ କାର୍ଯ୍ୟର ବିବରଣୀ ଉପସ୍ଥାପିତ ହୋଇଛି।

ଭକ୍ତି ଆନ୍ଦୋଳନର ପୁରୋଧା ସନ୍ଥ ରାମାନୁଜଙ୍କ ୧୦୦୦ତମ ଜୟନ୍ତୀ ଅବସରରେ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିକୁ ରାଷ୍ଟ୍ର ଉର୍ଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ବିଶ୍ୱାସ କରୁଥିଲେ ଯାହା କିଛି ବି ଅଛି ଏବଂ ଯାହା କିଛି ହେବ, ତାହା ହେବ ଭଗବାନଙ୍କ ଅଭିବ୍ୟକ୍ତି । ସେ ମନୁଷ୍ୟଙ୍କ ମଧ୍ୟରେ ପରମେଶ୍ୱରଙ୍କୁ ଏବଂ ପରମେଶ୍ୱରଙ୍କଠାରେ ମଣିଷକୁ ଦେଖିଥିଲେ । ସେ ଭଗବାନଙ୍କ ସମସ୍ତ ଭକ୍ତଙ୍କୁ ସମାନ ଭାବରେ ଦେଖୁଥିଲେ । ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ଙ୍କର ବସିଥିବା ଅବସ୍ଥାରେ ଦୁନିଆର ଏହା ହେଉଛି ସବୁଠାରୁ ଉଚ୍ଚ ଧାତୁର ମୂର୍ତ୍ତି ଅଟେ ।

Comments (0)
Add Comment