ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

ଆଜି ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଇଣ୍ଡିଆ ଗେଟ ନିକଟରେ ନେତାଜୀଙ୍କର ଏକ ହୋଲଗ୍ରାମ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ନେତାଜୀ ଙ୍କର ଏହି ପ୍ରତିମୂର୍ତ୍ତି କୋଟି କୋଟି ଲୋକଙ୍କୁ ପ୍ରେରଣା ଯୋଗାଇବ।ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୦୧୯, ୨୦୨୦, ୨୦୨୧, ୨୦୨୨ ବର୍ଷ ପାଇଁ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ପ୍ରଦାନ କରିଛନ୍ତି ।

ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ପ୍ରତି ଦେଶବାସୀଙ୍କ ତରଫରୁ ପ୍ରଣାମ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ କି ନେତାଜୀ କେବଳ ଦେଶକୁ ସ୍ୱାଧୀନ କରିବାରେ ବଡ ଭୂମିକା ଗ୍ରହଣ କରିନଥିଲେ ବରଂ ସାର୍ବଭୌମତା ଉପରେ ଦେଶବାସୀଙ୍କ ବିଶ୍ୱାସ ଜାଗ୍ରତ କରାଇଥିଲେ । ନେତାଜୀ ଆତ୍ମ ବିଶ୍ୱାସ ଓ ସାହସର ସହ ଯେଭଳି ଇଂଗ୍ରେଜମାନଙ୍କର ସାମ୍ନା କରିଥିଲେ ତାହା ଭାରତ ପାଇଁ ଗର୍ବ ଓ ଗୌରବ । କହିରଖୁ କି ଏହା ପୂର୍ବରୁ ରବିବାର ସକାଳେ ନେତାଜୀଙ୍କ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ନେତାଜୀଙ୍କ ଜନ୍ମଦିବସକୁ ‘ପରାକ୍ରମ ଦିବସ’ ଭାବେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଅନ୍ୟପଟେ ଯେପର୍ଯ୍ୟନ୍ତ ନେତାଜୀଙ୍କ ଭବ୍ୟ ପ୍ରତିମା ନିର୍ମାଣ ସରିନାହିଁ ସେପର୍ଯ୍ୟନ୍ତ ଏହି ସ୍ଥାନରେ ହୋଲଗ୍ରାମ ପ୍ରତିମା ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୂଚନା ଥାଉକି ନେତାଜୀଙ୍କର ୨୮ ଫୁଟ ଉର୍ଚ୍ଚତାରେ ଏକ ଗ୍ରାନାଇଟ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି । ଯାହାର କାରିଗର ସାଜିଛନ୍ତି ଓଡିଆ ମୂର୍ତ୍ତିକାର ଅଦୈତ୍ୟ ଗଡନାୟକ ।
ସୂଚନାନୁସାରେ ପୂର୍ବରୁ ବ୍ରିଟିଶ ଶାସକ ଜର୍ଜ ଭିଙ୍କ ପ୍ରତିମୂର୍ତ୍ତି ଯେଉଁଠାରେ ସ୍ଥାପନ ହୋଇଥିଲା ସେହି ଥାନାରେ ଭାରତର ମହାନ ବରପୁତ୍ର ନେତାଜୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବ I ୧୯୬୮ ମସିହାରେ ଉକ୍ତ ସ୍ଥାନରୁ ଜର୍ଜ ଭିଙ୍କ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଥିଲା |

Comments (0)
Add Comment