ବିଶିଷ୍ଟ ସାହିତ୍ୟିକ ତଥା ସଂସ୍କୃତି ଗବେଷକ ଡ଼. ରଜତ କୁମାର କରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଟ୍ବିଟ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଡ଼. ରଜତ କୁମାର କର ସାଂସ୍କୃତିକ ଜୀବନ ଯାତ୍ରାର ଜଣେ ନାୟକ ଥିଲେ । ରଥଯାତ୍ରାର ବିଚକ୍ଷଣ ଧାରା ବିବରଣୀ ତାଙ୍କର ବହୁମୁଖୀ ପ୍ରତିଭାର ପରିଚୟ ଦିଏ । ବହୁବିଧ ପ୍ରସଙ୍ଗରେ ଲେଖନୀ ଚାଳନା ତଥା ଲୋକକଳା ‘ପାଲା’ର ପୁନରୁଦ୍ଧାର ପାଇଁ ତାଙ୍କର ଉଦ୍ୟମ ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗରେ ସେ ଦୁଃଖିତ ଏବଂ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି।