ରାଜୁ ଶ୍ରୀବାସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ବଲିଉଡ ର ଖ୍ୟାତନାମା ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ I ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀ ଶିଖାଙ୍କ ସହ ଟେଲିଫୋନ ରେ କଥା ହେଇଛନ୍ତି ପ୍ରଧାନମନ୍ତ୍ରୀ I ରାଜୁ ଶ୍ରୀବାସ୍ତଙ୍କ ପରିବାର ସହ କଥା ହେବା ବେଳେ ରାଜୁଙ୍କ ଆଶୁ ଆରୋଗ୍ୟ କାମନା ଓ ଚିକିତ୍ସାରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି I ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରାଜୁଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

ସୂଚନାନୁସାରେ ବୁଧବାର ଦିନ ରାଜୁ ଶ୍ରୀବାସ୍ତବ ଜିମ୍ ରେ ଟ୍ରେଡ଼ମିଲ ରେ ଦୌଡୁଥିବା ବେଳେ ହଠାତ ତାଙ୍କର ହୃଦଘାତ ହୋଇଥିଲା । ଏହାପରେ ସେ ତଳେ ପଡି ଯାଇଥିଲେ I ସେଠାରୁ ତାଙ୍କୁ ତୁରନ୍ତ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗତ ୨ ଦିନ ହେଲା ସେ ଚେତାଶୂନ୍ୟ ଅଛନ୍ତି। ରାଜୁଙ୍କ ଝିଅ ଅନ୍ତରା ଶ୍ରୀବାସ୍ତବ ଏବଂ ବନ୍ଧୁ ସୁନୀଲ ପାଲ ତାଙ୍କ ସ୍ଵାସ୍ଥ୍ୟାବସ୍ଥାର ଅପଡେଟ୍ ଦେଇ ପ୍ରାର୍ଥନା କରିବାକୁ ଅପିଲ୍ କରିଛନ୍ତି। ରାଜୁଙ୍କ ଚିକିତ୍ସା କରୁଥିବା କାର୍ଡିଓଲୋଜିଷ୍ଟ ଡଃ ସନ୍ଦୀପଙ୍କ ମୁତାବକ ହୃଦ୍‌ଘାତ ହେବାର ୪୮ ଘଣ୍ଟା ମଧ୍ୟରେ ରାଜୁ ଗୋଟିଏ ଥର ପାଦ ହଲାଇଛନ୍ତି। ଯାହାକି ଏକ ଭଲ ସଙ୍କେତ ବୋଲି ଡାକ୍ତର କହିଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁବାର ରାତି ୧୦ ଟାରେ ରାଜୁଙ୍କ ପତ୍ନୀ ଶୀଖାଙ୍କ ସହ ଫୋନରେ କଥା ହୋଇଥିଲେ ।