ଜାତୀୟ ମାନବାଧିକାର ଆୟୋଗର ୨୮ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଆଜି ଜାତୀୟ ମାନବାଧିକାର ଆୟୋଗର ୨୮ ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଅରୁଣ କୁମାର ମିଶ୍ର ମଧ୍ୟ ଯୋଗ ଦେଇଥିଲେ ।
ମାନବାଧିକାର ସୁରକ୍ଷା ଅଧିନିୟମ ଅନୁଯାୟୀ ଅକ୍ଟୋବର ୧୨, ୧୯୯୩ରେ ଏନଏଚଆରସି ପ୍ରତିଷ୍ଠା କରାଯାଇଥିଲା, ଯାହାକୁ ଆଜି 28 ବର୍ଷ ପୂରଣ ହୋଇଛି । ଦେଶରେ ଏନଏଚଆରସିର ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସମାଜରେ କୌଣସି ପ୍ରକାର ମାନବାଧିକାର ଉଲ୍ଲଙ୍ଘନ ହେଲେ ଆୟୋଗ ନିଜ ଆଡୁ ପଦକ୍ଷେପ ନେବା ସହିତ ଘଟଣାର ତଦନ୍ତ କରିଥାଆନ୍ତି ।
ସେହିପରି ମାନବାଧିକାର ଉଲ୍ଲଙ୍ଘନ କ୍ଷେତ୍ରରେ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ଦୋଷୀ ବିରୋଧରେ ଏନଏଚଆରସି ଆଇନଗତ ଓ ଅନ୍ୟାନ୍ୟ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଥାନ୍ତି ।

Comments (0)
Add Comment