ଓଡିଶା ଗସ୍ତ ରେ ଆସିବେ ରାଷ୍ଟ୍ରପତି

ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୧୯ ତାରିଖରେ ପୁରୀ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବେ ଏବଂ ୨୦ ତାରିଖରେ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି । ସେହି ମଧ୍ୟରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ତେବେ ସରକାରୀ ଭାବେ ପୁରୀ ଜିଲା ପ୍ରଶାସନ ନିକଟରେ ଏନେଇ କିଛି ସୂଚନା ନାହିଁ। ଅର୍ଥାତ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନ ପାଖକୁ ଏ ସମ୍ବନ୍ଧୀୟ କିଛି ଚିଠି ଆସି ନାହିଁ ବୋଲି ପୁରୀ ପ୍ରଶାସନ ସୂଚନା ଦେଇଛି I

Comments (0)
Add Comment