ବିଶ୍ୱର ସବୁଠାରୁ ଦୁଃଖୀ ଦେଶ ଜିମ୍ବାୱେ, ଭାରତ ସ୍ଥାନ କେତେ

ଆଫ୍ରିକୀୟ ଦେଶ ଜିମ୍ବାୱେ ବିଶ୍ୱର ସବୁଠାରୁ ଦୁଃଖୀ ଦେଶ। ଏଠାରେ ଲୋକମାନେ ଅତ୍ୟନ୍ତ କଷ୍ଟରେ ରହୁଛନ୍ତି ବୋଲି ପ୍ରଖ୍ୟାତ ଅର୍ଥନୀତିଜ୍ଞ ଷ୍ଟିଭ ହାଙ୍କେ ତାଙ୍କ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ବିଭିନ୍ନ ଦେଶର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଷ୍ଟିଭ ତାଙ୍କ Annual Misery Index (HAMI)ରେ ସେଗୁଡ଼ିକର ରାଙ୍କିଙ୍ଗ କରିଛନ୍ତି।

ଜିମ୍ବାୱେ ଦୁଃଖୀ ତାଲିକାରେ ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନ, ସିରିୟା ଓ ସୁଦାନକୁ ମଧ୍ୟ ଅତିକ୍ରମ କରି ଯାଇଛି। ଦେଶରେ ଦେଖାଯାଇଥିବା ଆକାଶ ଛୁଆଁ ମୁଦ୍ରାସ୍ଫୀତି ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି।

ଗତବର୍ଷ ଜିମ୍ବାୱେରେ ମୁଦ୍ରାସ୍ଫୀତି ୨୪୩.୮% ଛୁଇଁଥିଲା। ଏଥିଯୋଗୁ ବିଭିନ୍ନ ଜିନିଷର ଦରଦାମ ବୃଦ୍ଧି ପାଇଛି। ସାଧାରଣ ଲୋକ ଠିକ ଭାବେ ଖାଇବାକୁ ପାଉ ନାହାନ୍ତି। ତେଣୁ ସେମାନେ ଅତ୍ୟନ୍ତ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି।

ଦୁଃଖୀ ରାଷ୍ଟ୍ରଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ବେଳେ ୧୫୭ଟି ଦେଶର ଆର୍ଥିକ ସ୍ଥିତିକୁ ବିଚାରକୁ ନିଆଯାଇଥିଲା। ହାଙ୍କେନ କହିଛନ୍ତି ଯେ ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି, ଉଚ୍ଚ ବେକାରୀ ସମସ୍ୟା, ବର୍ଦ୍ଧିତ ସୁଧହାର ଓ ପ୍ରକୃତ ଜିଡିପି ଅଭିବୃଦ୍ଧି ହ୍ରାସ ଯୋଗୁ ଜିମ୍ବାୱେ ବିଶ୍ୱର ସବୁଠାରୁ ଦୁଃଖୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ହାଙ୍କେ ଜିମ୍ବାୱେର ଜାନୁ-ପିଏଫ ରାଜନୀତିକ ଦଳ ଓ ଏହାର ନୀତିକୁ ମଧ୍ୟ ଏପରି ସ୍ଥିତି ପାଇଁ ଦାୟୀ କରିଛନ୍ତି।