ବିଏସକେୱାଇକୁ ନେଇ ଜୋର ଧରିଲା ରାଜନୀତି

ରାଜ୍ୟ ରାଜନୀତିରେ ଏଣ୍ଟ୍ରି ମାରିଲା ଏବେ ବିଏସକେୱାଈ । ଆପାଣ ମାନେ ନିଶ୍ଚିତ ଭାବୁଥିବେ ଏକ ଯୋଜନା କିଭଳି ରାଜନୀତିରେ ମାରିବ ଏଣ୍ଟି । କାରଣ ରାଜ୍ୟ ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଏସକେୱାଇକୁ ନେଇ ଏବେ ଜୋର ଧରିଛି ରାଜନୀତି । ମାଲକାନଗିରି ଚିତ୍ରକୋଣ୍ଡାରେ ଏକ ବିଜେଡିର ପ୍ରଚାର କାର୍ଯ୍ୟକ୍ରମରେ ମିଶନ ଶକ୍ତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏଏସକେୱାଇ) ସମ୍ପର୍କରେ ବିଜେଡି ନେତା ଭିକେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟକୁ ବିଜେପି ସମାଲୋଚନା କରିବା ପରେ ଓଡ଼ିଶାର ରାଜନୈତିକ ବାତାବରଣ ସରଗରମ ହୋଇଛି । ନବରଙ୍ଗପୁର ଲୋକସଭା ଓ ଚିତ୍ରକୋଣ୍ଡା ବିଧାନସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ଭିକେ ପାଣ୍ଡିଆନ୍ ଦାବି କରିଥିଲେ ଯେ ବିଜେପି ଯଦି କ୍ଷମତାକୁ ଆସିବ ତାହେଲେ ଏହି କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକୁ ଉଚ୍ଛେଦ କରିବ । ବିଜେଡ଼ି ଆହୁାି ଅଭତିଯୋଗ କରିଥିଲା ଯେ, ବିଜେପି ସରକାରଙ୍କୁ ଆସିଲେ ମିଶନ ଶକ୍ତି ହୋଇ ଯିବ ବନ୍ଦ! ଆଉ ନିର୍ବାଚନୀ ସଭାମଞ୍ଚରେ ବିଜେଡିର ଏଭଳି ଖୋଲାଖୋଲି ଅଭିଯୋଗ ପରେ ବିଜେଡି ଏବଂ ପାଣ୍ଡିଆନଙ୍କୁ କଡା ଭାଷାରେ ଟାର୍ଗେଟ କରିଛି ବିଜେପି । ପାଣ୍ଡିଆନଙ୍କ ଏଭଳି ମନ୍ତବ୍ୟ ପରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ବୟାନ ।

ସେ କହିଛନ୍ତି ରାଜ୍ୟରେ ବିଜେପି ସରକାର ଗଠନ କଲେ ବିଏସକେୱାଇ କାର୍ଡ ବନ୍ଦ ହେବ ନାହିଁ । କିନ୍ତୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ । ବିଏସକେୱାଇ ସହ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ ହେବ । ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେ ଆହୁରି କହିଛନ୍ତି ହିତାଧିକାରୀ ଦୁଇଟି ଯୋଜନାରୁ ଫାଇଦା ଉଠାଇ ପାରିବେ । ହେଲେ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ, ବିଏସକେୱାଇ ଯୋଜନା ବନ୍ଦ ହୋଇଯିବ ବୋଲି ବିଜେଡି ନେତା ମିଛ ପ୍ରଚାର କରୁଥିବା କହିଛନ୍ତି ଧର୍ମେନ୍ଦ୍ର । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଉପସଭାପତି ଗୋଲକ ମହାପାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ମତକୁ ସମର୍ଥନ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବଢୁଥିବାରୁ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଜେଡିର ଅନିଚ୍ଛା ରହିଛି ।

ବିଜେପି ଆହୁରି କହିଛି ଲୋକଙ୍କୁ ଭୂଆଁ ବୁଲାଇବାରୁ ନିବୃତ ରହୁ ବିଜେଡି । ମିଶନ ଶକ୍ତି କେନ୍ଦ୍ର ସରକାରଙ୍କର । ବିଜେପି ସରକାରକୁ ଆସିଲେ ମିଶନ ଶକ୍ତି ବନ୍ଦ ହେବନି, ବରଂ ଆହୁରି କ୍ରିୟାଶୀଳ ହେବ । ବାଜପେୟୀ ମିଶନଶକ୍ତି ଆରମ୍ଭ କରିଥିଲେ । ମୋଦି ଆସିବା ପରେ ମିଶନଶକ୍ତି ମହିଳା ଲକ୍ଷପତି ହୋଇଛନ୍ତି ହୋଇଛନ୍ତି ବିଜେପି କହିଛି । ତେବେ ଦେଖିବାର କଥା ରାଜ୍ୟ ସରାକାରଙ୍କ ଏହି ଯୋଜନାକୁ ନେଇ ହେଉଥିବା ରାଜନୀତି ଆଗକୁ କେଉ ମୋଡ଼ ନେଉଛି ।