ଅଜବଗଜବ ପେଟ୍ରୋଲ ପମ୍ପ, ରହିଛି ବିଲଡିଂର ୫ମ ମହଲା ଉପରେ

ଚାଇନା ଦୁନିଆରେ ନିଜର ଅଜବଗଜବ କାରନାମା ପାଇଁ ବେଶ୍‌ ପରିଚିତ। ଏହାର ପ୍ରସ୍ତୁତି ଦୁନିଆକୁ ଅନେକ ସମୟରେ ଆଶ୍ଚର୍ଯ୍ୟରେ କରିଥାଏ l ତେବେ ନିକଟରେ ଚାଇନା ପୁଣି ଏକ ଅଜବ କାରନାମା କରି ଦେଖାଇଛି l ଚାଇନା ଏପରି ଏକ ପେଟ୍ରୋଲ ପମ୍ପ ତିଆରି କରିଛି, ଯାହା ଏକ ବିଲ୍ଡିଂର ୫ମ ମହଲାରେ ରହିଛି। ଏହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଅଧିକାଂଶ ଲୋକ ଏଥିରେ କମେଣ୍ଟ କରିଛନ୍ତି କି ପେଟ୍ରୋଲ ପମ୍ପରୁ ତେଲ ଭରିବ କେମିତି? ତେବେ ଚାଲନ୍ତୁ ଜାଣିବା ଏହା କିପରି କାମ କରୁଛି…. ସୂଚନା ମୁତାବକ, ଏହି ପେଟ୍ରୋଲ ପମ୍ପଟି ଚାଇନାର ଚୋଙ୍ଗକିଙ୍ଗରେ ରହିଛି । ଭାଇରାଲ ଭିଡିଓରେ ଲୋକେ ସେହି ପେଟ୍ରୋଲ ପମ୍ପରୁ ତେଲ ଭରୁଥିବା ମଧ୍ୟ ଦେଖିବାକୁ ମିଳିଛି । ପ୍ରକୃତରେ ଏହି ବିଲ୍ଡିଂକୁ ବହୁତ ତଳୁଆ ପ୍ରସ୍ତୁତ କରାଯାଇଛି । ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ବିଲ୍ଡିକୁ ତଳ ଅଞ୍ଚଳରେ ପ୍ରସ୍ତୁତ କରାଯାଇଛି । ଏହାକୁ ଧ୍ୟାନରେ ଦେଖିଲେ ଜଣାପଡ଼ିବ କି, ଏହି ବିଲ୍ଡିଂ ପଛପଟେ ଏକ ରାସ୍ତା ରହିଛି; ଯେଉଁ ରାସ୍ତାଟି ବିଲ୍ଡିଂର ୫ମ ମହଲା ଉଚ୍ଚର ।

ଚାଇନାର ଏହି ପେଟ୍ରୋଲ ପମ୍ପ ତା’ ଅଜବଗଜବ କାମ ମଧ୍ୟରୁ ଗୋଟେ କହିଲେ ଅତ୍ୟୁକ୍ତି ହେବା ନାହିଁ । ସାମ୍ନା ପଟୁ ଦେଖିବାକୁ ଗଲେ, ୫ମ ମହଲାରେ କରାଯାଇଥିବା ପେଟ୍ରୋଲ ପମ୍ପର ଯୋଜନା ବ୍ୟର୍ଥ ମନେହେଉଛି । ହେଲେ ଅନ୍ୟପଟୁ ଦେଖିଲେ ଏତେ ମହଲା ଉପରେ ପେଟ୍ରୋଲ ପମ୍ପ କରିବାର ଅର୍ଥ ସଫା ଜଣାପଡୁଛି । କାରଣ ଗୋଟେ ପଟୁ ଏହା ପାଞ୍ଚ ମହଲା ଉପରେ ଥିବା ବେଳେ ଅନ୍ୟପଟେ ଏହା ରାସ୍ତାକୁ ଲାଗି ରହିଛି l ଧ୍ୟାନରେ ଏହି ପେଟ୍ରୋଲ ପମ୍ପର ଫୋଟୋ ଦେଖିଲେ ଆପଣ ବି ବୁଝିପାରିବେ l