ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା

ସୁନ୍ଦରଗଡ଼ ବଣାଇ ଥାନା ଅଂଚଳର ୨୦୧୪ ରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ ଇ ଏହି ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି ସୁନ୍ଦରଗଡ ସ୍ଵତନ୍ତ୍ର ପୋକ୍ସ କୋର୍ଟ । ଦୁଇ ଅଭିଯୁକ୍ତ ଟୁନୁ ଓରଫ ହରେ କିଷାନ ଏବଂ ପ୍ରହ୍ଲାଦ କିଷାନଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି କୋର୍ଟ ।ଏହାସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ପୀଡିତାଙ୍କୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments (0)
Add Comment