ମେଡିକାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ। ଡାକ୍ତରଖାନାର ୫ମ ମହଲାରୁ ଡେଇଁ ଯୁବକ ଗୁରୁତର ହୋଇଛନ୍ତି Iଏପରି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ I ତେବେ ଉପରୁ ଡେଇଁ ଥିଲେ ସୁଦ୍ଧା ଘାସ ରେ ପଡିବାରୁ ତାଙ୍କ ଗୋଡୋ ହାତ ଭାଙ୍ଗି ଅବସ୍ଥା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି I
ଘଟଣାନୁସାରେ ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଅନ୍ତର୍ଗତ ଡମସାହି ର ଜଣେ ଯୁବକ ଚନ୍ଦନ ନାୟକ ନିଜ ଘରେ ହାତ ଓ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ I ଏହାପରେ ଘର ଲୋକ ଆଣି ତାଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ରେ ୫ମ ମହଲାରେ ଥିବା ସର୍ଜରୀ ବିଭାଗରେ ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ଦିନ ୩ଟା ବେଳକୁ ସେ ଡାକ୍ତରଖାନାର ୫ମ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ପାଖରେ ମା ଓ ଭଉଣୀ ଅନୁପସ୍ଥିତି ସୁଯୋଗ ନେଇ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି । ମାତ୍ର ଏହା ପଛର କାରଣ କଣ ଜଣI ପଡିନଥିଲେ ମଧ୍ୟ ସେ ବାରମ୍ବାର କାହିଁକି ଆତ୍ମହତ୍ୟା କରିଛନ୍ତି ତାର କାରଣ ଜଣାପଡ଼ିନାହିଁ।