ପଞ୍ଜଶିର ଘାଟି ତାଲିବାନ କବ୍ଜାରେ ନାହିଁ

ଉତ୍ତର-ପୂର୍ବ ଆଫଗାନିସ୍ତାନ ପଞ୍ଜଶିର ଘାଟି ଏବେବି ତାଲିବାନ କବ୍ଜାକୁ ଆସିନାହିଁ । କିନ୍ତୁ ପୂର୍ବରୁ ତାଲିବାନ ଘୋଷଣା କରିଥିଲା ଯେ ପଞ୍ଜଶିର କୁ ନିଜ ଦାଖଲ କୁ ନେଇଛି ବୋଲି I କିନ୍ତୁ ବର୍ତ୍ତମାନ ବି ଲୋକେ ଅହମ୍ମଦ ମାସୁଦ ଓ ପୂର୍ବତନ ଉପରାଷ୍ଟ୍ରପତି ଅମଋଲ୍ଲାହ ସାଲେହଙ୍କ ନେତୃତ୍ୱରେ ଘାଟିରେ ସଂଗ୍ରାମ ଜାରି ରଖିଛନ୍ତି। ଘାଟିର ଲୋକେ ଉପତ୍ୟାକା ଛାଡି କାବୁଲ ଶରଣାର୍ଥୀ କ୍ୟାମ୍ପମାନଙ୍କରେ ଶରଣ ନେଇଛନ୍ତି। ଏଣୁ ତାଲିବାନଙ୍କୁ ପଞ୍ଜସିର ଉପତ୍ୟାକାରେ ଦୃଢ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡୁଛି।
ପଞ୍ଜଶିର ସିଂହମାନେ ତାଲିବାନ ମୁକାବିଲା ଲାଗି ସେମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ରର ଭଣ୍ଡାରସରି ଆସୁଥିବା ଘୋଷଣା କରିଥିଲେ। ଏଣୁ ଆଫଗାନ ସେନାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବାବ ଦେବା ସେମାନଙ୍କ ପକ୍ଷେ ଅଧିକ ସମୟ ସମ୍ଭବ ନୁହେଁ ଜାଣି ଲୋକେ ଘାଟି ଖାଲିକରି ପଳାଇଥିଲେ। ହେଲେବି ସଂଘର୍ଷ ବନ୍ଦ କରିନାହାନ୍ତି। ଲୋକେ ନିଜର ପିଲାପରିବାରଙ୍କୁ ଧରି ଘାଟିରେ ତାଲିବାନଙ୍କ ମୁକାବିଲା କରୁଛନ୍ତି। ସୁଉଚ୍ଚ ପାହାଦ ଶିଖରରେ ପଥର ସଜାଇ ତାଲିବାନୀଙ୍କୁ ଜଗି ରହିବା ସହ ସେମାନଙ୍କ ଉପରକୁ ଗଡାଇ ଦେଉଛନ୍ତି। ଯାହା ଏବେ ତାଲିବାନଙ୍କ ଲାଗି ଘାତକ ସାବ୍ୟସ୍ତ ହୋଇଛି।
ତାଲିବାନଙ୍କ ବିରୋଧରେ ଜାରି ଯୁଦ୍ଧରେ ମହିଳା ମଧ୍ୟ ପୁରୁଷଙ୍କୁ ସହଯୋଗ କରୁଛନ୍ତି। ଏପରି ଜଣେ ମହିଳା ହେଉଛନ୍ତି ଲାଇଲୁମା। ୨୪ ବର୍ଷ ବୟଷ୍କା ଯୁବତୀ ତାଲିବାନଙ୍କ ସହ ପଥରରେ ଯୁଦ୍ଧ କରୁଥିବା ନ୍ୟୁୟର୍କ ପୋଷ୍ଟକୁ ଏକ ସାକ୍ଷାତକାରରେ କହିଛନ୍ତି। କେବଳ ଲାଇଲୁମା ନୁହନ୍ତି ତାଙ୍କ ସ୍ୱାମୀ, ଦିଅରମାନେ, ଶ୍ୱଶୁର ଓ ଶାଶୂ ମଧ୍ୟ ତାଲିବାନଙ୍କ ବିରୋଧରେ ସଂଗ୍ରାମ କରୁଛନ୍ତି। ଅହମ୍ମଦ ଶାହ ମାସୁଦଙ୍କ ଲାଗି ସେମାନେ ଲଢୁଥିବା ଲାଇଲୁମା କହିଥିବା ବେଳେ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଘାଟିକୁ ତାଲିବାନ ହାତରେ ଟେକିଦେବେନି ବୋଲି କହିଛନ୍ତି।ତେବେ କେବଳ ଲାଇଲୁମା କି ତାଙ୍କ ପରିବାର ନୁହନ୍ତି ପଞ୍ଜସିରର ପ୍ରାୟ ପରିବାର ଶରଣାର୍ଥୀ କ୍ୟାମ୍ପମାନଙ୍କରେ ଆତ୍ମଗୋପନ କରିଥିଲେ ହେଁ ଲୁଚି ଛପି ତାଲିବାନଙ୍କ ଉପରେ ଟେକା ପଥର ଆକ୍ରମଣ ଚଳାଇଛନ୍ତି। ଲୋକେ ଗାଁ ଖାଲିକରି ପଳାଇଥିବାରୁ ତାଲିବାନ କାହାରିକୁ ପାଉ ନାହାନ୍ତି। ସେପଟେ ରାସ୍ତାଘାଟରେ ଲୋକଙ୍କ ଢେଲାପଥର ମାଡରେ ପ୍ରାଣ ହରାଉଛନ୍ତି। ଏଥିରୁ ପଞ୍ଜଶିର ଏବେବି ତାଲିବାନ ନିୟନ୍ତ୍ରଣକୁ ଆସିନଥିବା ସ୍ପଷ୍ଟ ହୋଇଛି I

Comments (0)
Add Comment