ଆସନ୍ତା ସପ୍ତାହରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେଇପାରେ : ତୃତୀୟ ଲହର କୁ ନେଇ ଆଶଙ୍କା

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ମାନଙ୍କ ପକ୍ଷରୁ ସଜବାଜ ଆରମ୍ଭ ହେଲାଣି । ରାଜ୍ୟ ନିର୍ବାଚନ କମିସନର ତାରିଖ ଘୋଷଣା ହୋଇ ନ ଥିବାବେଳେ ,ନିର୍ବାଚନ ଆଚରଣ ବିଧି ଲାଗୁ ହେବ ପୂର୍ବ ର ସରକାରୀ ସ୍ତରୀୟ ତତ୍ପରତା ଦେଖାଦେଲାଣି ଇ ଠିକ ଏହି ସମୟରେ ରାଜ୍ୟ ରେ ତୃତୀୟ ଲହର ଆସିବାକୁ ତତ୍ପର ହେଇ ଉଠିଲାଣି I ନିର୍ବାଚନରେ ଗହଳି ଯୋଗୁଁ ପୁଣି ଥରେ ସଂକ୍ରମଣ ବଢିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ I ସେହିଭଳି ଆଜି ପୁଣି ରାଜଧାନୀ କୁ କଣ୍ଟନମେଣ୍ଟ ଫେରିଛି I ଦୁଇ ଜଣ ବିଦେଶୀ ଫେରାନ୍ତଙ୍କ ସଂକ୍ରମିତ ହେବାରୁ ଭୁବନେଶ୍ୱରରେ ଜୟଦୁର୍ଗା ନଗର ଇ ଭିଏସଏସ ନଗର ଅଂଚଳ କୁ ବିଏମ୍ସି ପକ୍ଷରୁ କଣ୍ଟନମେଣ୍ଟ ଅଂଚଳ ଘୋଷଣା କରାଯାଇଛି I ସେମାନଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଆଉ ଜଣେ କାତାରରୁ ରାଜ୍ୟକୁ ଫେରିଥିଲେ । ଦୁହିଁଙ୍କର କଣ୍ଟାକ୍ଟରେ ୨୧ ଜଣ ରହିଥିବା ବେଳେ ସେମାନଙ୍କର ଟେଷ୍ଟିଂ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ କହିଛନ୍ତି ।ତେଣୁ ଏହି ସଂକ୍ରମଣ ଆହୁରି ବଢିବା ଆଶଙ୍କା ବୃଦ୍ଧି ପାଇବା ଆଶଙ୍କା ରେ ପଂଚାୟତ ନିର୍ବାଚନ କୁ ନେଇ ଅନିଶ୍ଚିତତା ଦେଖାଦେଇଛି Iତେବେ ଯାହା ଜଣ ପଡୁଛି ,ଆସନ୍ତା ୨୭ରୁ ୨୯ ତାରିଖ ମଧ୍ୟରେ ଏହି ତାରିଖ ଘୋଷଣା ହୋଇପାରେ । ପାଞ୍ଚ ପର୍ଯ୍ୟାୟରେ ହେବାକୁ ଥିବା ଏହି ମତଦାନ ଆସନ୍ତା ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରେ ହେବା ନେଇ ଆପାତତଃ ସ୍ଥିର ହୋଇସାରିଛି ।
ସୂଚନାଯୋଗ୍ୟ ଯେ, ଚଳିତ ଥର ୬୭୯୪ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ, ୯୧,୯୧୬ ୱାର୍ଡମେମ୍ବର, ୮୫୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ୨୦୨୧ ନଭେମ୍ବର ୧ ତାରିଖ ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରିଥିବା ନାଗରିକଙ୍କ ଭୋଟର ତାଲିକା ପ୍ରସ୍ତୁତ ହୋଇଛି । ରାଜ୍ୟର ୨.୬୧ କୋଟିରୁ ଅଧିକ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ ।
ତେବେ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିସନ ସର୍ବଦଳୀୟ ବୈଠକ ଡାକିବେ ।

Comments (0)
Add Comment