ଜାତୀୟ ସ୍ତରରେ ଓଡିଶା ପାଇଁ ଗୌରବ ଆଣିଲେ ଏକଲବ୍ୟ  ଛାତ୍ରଛାତ୍ରୀ

ଭୁବନେଶ୍ୱର :ଜାତୀୟସ୍ତରରେଗୌରବଆଣିଲେଓଡିଆଛାତ୍ରଛାତ୍ରୀ।ଏକଲବ୍ୟବିଦ୍ୟାଳୟରେପଢୁଥିବାଛାତ୍ରଛାତ୍ରୀଚତୁର୍ଥ ଜାତୀୟ ସ୍ତରୀୟ ସାଂସ୍କୃତିକ ସାହିତ୍ୟ ତଥା କଳା ଉତ୍ସବରେ ଯୋଗ ଦେଇ ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି ।  ଉତ୍ତରାଖଣ୍ଡ ସ୍ଥିତ ଡେରାଡୁନ ଠାରେ ଅକ୍ଟୋବର 3 ତାରିଖରୁ 6 ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ସମଗ୍ର ଦେଶର 22 ଟି ରାଜ୍ୟରୁ 2000 ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ଓଡିଶାର 56 ଜଣ ଛାତ୍ରଛାତ୍ରୀ ପ୍ରାୟ 31 ଗୋଟି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ 21 ଜଣ କୃତିତ୍ବ ଅର୍ଜନ କରିଛନ୍ତି । 

ଓଡିଶା ମଡେଲ ଆଦିବାସୀ ଶିକ୍ଷା ସମାଜ(OMTES) କାର୍ଯ୍ୟାଳୟ ପରିସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନର ବିଭାଗୀୟ କମିଶନର ଶ୍ରୀମତି ରୂପା ରୋଶନ ସାହୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସେ କହିଛନ୍ତି, ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକରୁ ଅଧିକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ।

ସମ୍ବର୍ଦ୍ଧନା ସଭାରେଅନୁସୂଚିତଜନଜାତିବିଭାଗୀୟନିର୍ଦ୍ଦେଶକତଥାଓଡିଶା ମଡେଲ ଆଦିବାସୀ ଶିକ୍ଷା ସମାଜ ସଚିବ ଶ୍ରୀଯୁକ୍ତଇନ୍ଦ୍ରମଣି ତ୍ରିପାଠୀଉପସ୍ଥିତରହିଛାତ୍ରଛାତ୍ରୀଙ୍କୁଅଭିନନ୍ଦନଜଣାଇଥିଲେ।ଅତିରିକ୍ତ ଶାସନ ସଚିବ ନାରାୟଣ ଧଳ, ପ୍ରଣତୀ ପାତ୍ରତଥାଓଡିଶା ମଡେଲ ଆଦିବାସୀ ଶିକ୍ଷା ସମାଜର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ  କରିଥିଲେ ।

ଚିତ୍ରାଙ୍କନ ପ୍ରତିଯୋଗିତାରେ ଜାମାଲି ରଇତି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୋଲୋ ସଙ୍ଗୀତ ପରିବେଷଣରେ ଭୀମା ନାଚିକା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି  । ସେହିପରି ସୋଲୋ ନୃତ୍ୟ ପରିବେଷଣରେ ସୋନା ମାଡକାମୀ ଓ ଡମ୍ବୁରୁ ମୁଦୁଲୀ ତୃତୀୟ ସ୍ଥାନ, ଚନ୍ଦନା ରଇତା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟପକ୍ଷେ ମଞ୍ଚନାଟକ ପରିବେଷଣରେ ଭୂବନ ଖୋରା ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ କୁଇଜ ପ୍ରତିଯୋଗିତାରେ ରାମଚନ୍ଦ୍ର ହାଁସଦା ଓ ସାବିତ୍ରୀ ଓରାମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ହିନ୍ଦୀ ବକ୍ତୃତା ପ୍ରତିଯୋଗିତାରେ କଲ୍ୟାଣୀ ମାଝି ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସାମୁହିକ ସଙ୍ଗୀତ ପରିବେଷଣରେ ବବିତା ନାଏକ, ଆରତୀ ମାଝି, ଦିଲେଶ୍ବର କିଶାନ, ଶ୍ରୁତି ସା, ସାଗରିକା ଓରାମ, ସିମରନ୍ କୁଜୁର, ସୌଦାମିନୀ ମିଞ୍ଜ, ଅନିଶା ଲୁଗୁନ୍, ଶ୍ରାବଣୀ ନାଏକ, ମନୋଜ ରୋହିଦାସ, ମନିଷା କୁଜୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।