‘ଯାହାକୁ ରଖିବେ ଅନନ୍ତ …ଉକ୍ତି ଟି ର ସତ୍ୟତା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଖଡ଼ିକାପଡ଼ା ଗାଁ ରେ I ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିବା ନବଜାତକ ପୁଣି ବଂଚି ଉଠିଛି । ସୂଚନା ଅନୁସାରେ ଆଜି ସକାଳୁ ସୁନିଆ ମୁଣ୍ଡାଙ୍କ ପତ୍ନୀ ରାଇମଣି ମୁଣ୍ଡାଙ୍କ ର କେନ୍ଦୁଝର ଉପଖଣ୍ଡ କରଞ୍ଜିଆ ହସ୍ପିଟାଲରେ ଏକ ଶିଶୁ ପୁତ୍ରକୁ ପ୍ରସବ କରିଥିଲେ ,ତେବେ ଶିଶୁକୁ ମୃତ ବୋଲି କହି ଘରକୁ ଫେରାଇ ଦେଇଥିଲେ ଡାକ୍ତରI ପରିବାର ଲୋକେ ମୃତଦେହ ନବଜାତକକୁ ନେଇ କେନ୍ଦୁଝର ଜିଲ୍ଲା ସହାରପଡା ବ୍ଲକ ଖଡିକାପଦା ଗାଁକୁ ଫେରିଯାଇଥିଲେ । ତେବେ ଶିଶୁଟିକୁ ଅନ୍ତିମ ସଂସ୍କାର ପାଇଁ ସୁନିଆ ଏକ ବ୍ୟାଗରେ ପୁରାଇ ମଶାଣିରେ ପୋତିବା ସମୟରେ ଶିଶୁଟି କାନ୍ଦିଥିଲା । ଫଳରେ ସୁନିଆ ପୁଣି ଶିଶୁକୁ ନେଇ କରଞ୍ଜିଆ ମେଡିକାଲ ଯାଇଥିଲେ । ପରେ ଆସିୟୁରେ ଭର୍ତ୍ତି କରାଯାଇ ଶିଶୁଟିର ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି। ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି । ତେବେ ସଂପୃକ୍ତ ଡାକ୍ତର କହିଛନ୍ତି, ଏ ନେଇ ସେ କିଛି ଜାଣିନାହାନ୍ତିି । ଶିଶୁର ଅବସ୍ଥା ଭଲ ନଥିବାରୁ ତାକୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି I