ଆଉ ନାହାନ୍ତି ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର : ଅଫେରା ରାଇଜରେ ଅଭିନେତା ପିଣ୍ଟୁ ନନ୍ଦ I ବୁଧୁବାର ରାତି ୧୧.୨୫ ମିନିଟରେ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲ ରେ ଆଖିବୁଝିଛନ୍ତି ପିଣ୍ଟୁ I ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା I ଲିଭର ସିରୋସିସ ରୋଗରେ ପୀଡିତ ହୋଇ ସେ ହାଇଦ୍ରାବାଦ ରେ ଚିକିତ୍ସାଧୀନ ଥିଲେ I ପିଣ୍ଟୁଙ୍କ ପରଲୋକକୁ ନେଇ ଅଭିନେତା ଶ୍ରୀତମ ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି।

ପ୍ରଥମେ ସେ ଭୁବନେଶ୍ୱର କୀମସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କ ଲିଭର ନଷ୍ଟ ହୋଇଥିବା ନେଇ ଜଣାପଡିଥିଲା I ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ I ଏହାପରେ ପିଣ୍ଟୁ ନନ୍ଦଙ୍କୁ ଫେବ୍ରୁଆରି ୭ ତାରିଖରେ ପ୍ରଥମେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବାଇଲିଆରି ସାଇନ୍ସ (ଆଇଏଲବିଏସ୍)କୁ ନିଆଯାଇଥିଲା। ତେବେ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୫୦ ଲକ୍ଷ ଖର୍ଚ୍ଚ ହେବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ଇ ତାଙ୍କୁ ଲିଭର ଦେବା ପାଇଁ ପରିବାରରୁ ଦୁଇ ଜଣ ଯୋଗାଡ଼ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କର ବ୍ଲଡ଼ ଗ୍ରୁପ ମ୍ୟାଚ କରି ନ ଥିଲା I ଶେଷରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଲିଭର ଡୋନର ପାଇଁ ସର୍ବଭାରତୀୟ ସ୍ତରରେ ରେଜିଷ୍ଟ୍ରେସନ ସରିଥିଲେ ମଧ୍ୟ ଗତକାଲି ସନ୍ଧ୍ୟାରେ ପିଣ୍ଟୁ ନନ୍ଦଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା I ଏବଂ ରାତି ୧୧.୨୫ ମିନିଟ ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ I

ପିଣ୍ଟୁଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର ହେଉଥିବା ବେଳେ ଓଲିଉଡ଼ କଲା କରଙ୍କ ସମେତ ସାଧାରଣ ଜନତା ମଧ୍ୟ ସହାୟତାର ହାତ ବଢାଇଥିଲେ I ହେଲେ ତାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବା ପୂର୍ବରୁ ସେ ଜୀବନ ଯୁଦ୍ଧରେ ହାରିଗଲେ । ପଛରେ ତାଙ୍କ ପତ୍ନୀ ଓ ଦୁଇ ପୁଅକୁ ଛାଡି ପରପାରୀକୁ ଚାଲିଗଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ । ଆଜି ତାଙ୍କ ମର ଶରୀର ଭୁବନେଶ୍ୱର ରେ ଆସି ପହଞ୍ଚିବ Iସେ ଭୁବନେଶ୍ୱରରେ ତାଙ୍କ ବାଦ ଭାଇ ଅଭିରାମ ନନ୍ଦ ଙ୍କ ପାଖରେ ରହୁଥିଲେ I

ପିଣ୍ଟୁ ନନ୍ଦ ମାତ୍ର ୧୭ ବର୍ଷ ବୟସରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ I ଏକାଧିକ ଆଲବମରେ ଅଭିନୟ କରି ସେ ସଫଳତା ସାଉଁଟିଥିଲେ I ସେଥିମଧ୍ୟରୁ ‘ଏ ଗଉରI’ଆଲବମ ଗୀତ ବେଶ ଲୋକପ୍ରିୟ ହୋଇ ପାରିଥିଲା I ଏହା ବାଦ ସେ ‘କୋଇଲି’ ଫିଲ୍ମରେ ସେ ପ୍ରଥମେ ନଣ୍ଡା ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି –‘ରଙ୍ଗ ନମ୍ବର(୨୦୨୨),ପ୍ରେମ ଋତୁ ଆସିଲାରେ(୨୦୦୬), ଦୋସ୍ତି(୨୦୧୧), ହାତ ଧରି ଚାଲୁଥା(୨୦୧୧) ଓ ରୁମ୍‌କୁ ଝୁମା(୨୦୧୩) ,ବ୍ୟାଚଲର ,ଧର୍ମ.ଡାହI ବାଳୁଙ୍ଗା,‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି I ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି।