କାବୁଲ ସିରିଜ ବିସ୍ଫୋରଣ ରେ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସଆଇଏସ୍‌ ର ହାତ

ତାଲିବାନ ଦଖଲରେ ଥିବା କାବୁଲ ଏୟାରପୋର୍ଟ ବାହାରେ ହୋଇଥିବା ଏକାଧିକ ୨ଟି ବଡ଼ ଧାରଣ ର ଭୟଙ୍କର ବିସ୍ଫୋରଣ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଏହା ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଥାଇ ପାରେ ବୋଲି ସୂଚନା ମିଳିଛି Iବିସ୍ଫୋରଣରେ ୧୩ ଆମେରିକୀୟ ସୈନ୍ୟ ଙ୍କ ସହିତ ଏଯାଏ ୭୨ ଜଣଙ୍କ ମୃତ୍ୟୁ ଘଟିଲାଣି ବୋଲି ଅନୁମାନ କରାଯାଉଛି । କିନ୍ତୁ ମୃତାହତ ଙ୍କ ସମ୍ପର୍କରେ ଏ ଯାଏ ସଠିକ ସୂଚନା ମିଳିପାରିନାହିଁ ଇ ବିମାନ ବନ୍ଦର ର ଆବେ ଗେଟ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଥିବା ବେଳେ ,ଏହା ଠାରୁ ମାତ୍ର କିଛି ଦୂରତାରେ ଥିବା ଗୋଟିଏ ହୋଟେଲ ନିକଟରେ ମଧ୍ୟ ବିସ୍ଫୋରଣ ହୋଇଥିଲା I ହୋଟେଲରେ ବ୍ରିଟିଶ ନାଗରିକଙ୍କ ସହ ସାଧାରଣ ଲୋକ ରହୁଥିଲେ । ବିସ୍ଫୋରଣ ପରେ ଏଠାରେ ଗୁଳି ମଧ୍ୟ ମାଡ଼ କରାଯାଇଥିବା ଜଣାପଡ଼ିଛି। ଦୁଇଟି ବିସ୍ଫୋରଣ କିଛି ସମୟରେ ବିଳମ୍ବିତ ରାତିରେ ଆଉ ଦୁଇଟି ବିସ୍ଫୋରଣର ଖବର ମିଳିଛି। ହେଲେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। କେନ୍ଦ୍ରୀୟ କାବୁଲରେ ତାଲିବାନଙ୍କ ଗାଡ଼ିକୁ ଟାର୍ଗେଟ କରି ତୃତୀୟ ଓ ୪ର୍ଥ ବିସ୍ଫୋରଣ ହୋଇଥିବା କୁହାଯାଉଛି।
ଏହି ସିରିଜ ବିସ୍ଫୋରଣ ରେ ୧୫୦ ଜଣ ରୁ ଉର୍ଦ୍ଧ୍ଵ ଆହତ ହୋଇଥିବା ଅନୁମାନ କରାଯାଉଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ବିସ୍ଫୋରଣ ପରେ ସାମ୍ନାକୁ ଆସିଥିବା ଭିଡିଓ ଅତ୍ୟନ୍ତ ଭୟଙ୍କର ଓ ହୃଦୟ ବିଦାରକ । ଘଟଣା ପରେ ଶତାଧିକ ଲୋକ ଏୟାରପୋର୍ଟ ନିକଟରେ ଥିବା ଗୋଟିଏ ନାଳରେ ପଡ଼ି ରହିଛନ୍ତି। ଚାରିଆଡ଼େ ରକ୍ତର ଛିଟା। ଲୋକମାନେ ସାହାଯ୍ୟ ପାଇଁ ବିକଳରେ ଚିତ୍କାର କରୁଥିବା ଦେଖିବାକୁ ମିଳିଛି। ବିସ୍ଫୋରଣ ସମ୍ପର୍କ ରେ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି Iପେଣ୍ଟIଗନ ପକ୍ଷ ରୁ କୁହାଯାଇଛି ଯେ ଏହି ଭୟଙ୍କର ବିସ୍ଫୋରଣ ପାଇଁ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସଆଇଏସ୍‌ ନିଜକୁ ଦାୟୀ କରିଛି। କାବୁଲର ହମିଦ କରଜାଇ ଅନ୍ତର୍ଜାତୀୟ ଏୟାରପୋର୍ଟରେ ହଜାର ହଜାର ଲୋକ ତାଲିବାନ ଭୟରେ ଦେଶ ଛାଡ଼ିବାକୁ ଅପେକ୍ଷା କରି ଥିବା ବେଳେ ବିସ୍ଫୋରଣ ଘଟିଛି। ଏଠାରେ ଆତଙ୍କୀ ହମଲା ହୋଇପାରେ ବୋଲି ଏକାଧିକ ରାଷ୍ଟ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ଏଥିସହ ଲୋକଙ୍କୁ ସ୍ଥାନ ଖାଲି କରିବାକୁ କୁହାଯାଇଥିଲା। ହେଲେ ଏହି ସତର୍କ ସୂଚନାକୁ ୨୪ ଘଣ୍ଟା ପୂରି ନଥିବା ବେଳେ ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ହୋଇଥିଲା।

Comments (0)
Add Comment