ଦୁଃସ୍ବପ୍ନ ଆସୁଥିଲେ :ଏମିତି କରନ୍ତୁ …


କେତେଜଣଙ୍କୁ ବାରମ୍ଵାର ଦୁଃସ୍ବପ୍ନ ଆସିଥାଏ ଵିଵାସ୍ତୁବିତ ଙ୍କ ମତରେ କେତୋଟି ସରଳ ଉପାୟ ମାନିଲେ ,ଏହି ଦୁଃସ୍ବପ୍ନରୁ ରକ୍ଷା ପାଇପାରିବେ, ଆସନ୍ତୁ ଜାଣିବା :

  • ପ୍ରଥମେ ଦେଖନ୍ତୁ ଆପଣଙ୍କ ଖଟଟି ଠିକ ସ୍ଥାନରେ ଆଛି କି ନାହିଁ ଇ ଖଟଟି ବଙ୍କା କରି କେବେ ଶୋଇବେ ନାହିଁ I ଆପଣ ଯେଉଁ ପାଖକୁ ମୁଣ୍ଡ ରଖି ଶୋଉଛନ୍ତି ସେହି ଦିଗ ସିଧା ଯେପରି ଶୌଚାଳୟ ନ ଥିବ I ଶୌଚାଳୟ କିମ୍ବା ସ୍ନାନାଗାର ଥିଲେ ,ବାରମ୍ବାର ଦୁଃସ୍ବପ୍ନ ଆସେ I ତେଣୁ ନିଜ ଶୋଇବା ଖଟ ର ଦିଗ ପରିବର୍ତ୍ତନ କରନ୍ତୁ I
  • ଵାସ୍ତୁବିତ ଙ୍କ ମତରେ ଶୋଇବା ସମୟରେ ଅଧିକାଂଶ ମହିଳା ନିଜ କେଶ ଖୋଲା ରଖି ଶୁଅନ୍ତି I ଏପରି କଲେ ଆରାମ ଲାଗୁଥିଲେ ସୁଦ୍ଧା ,କେଶ ବାନ୍ଧି ଶୋଇବା ଉଚିତ I କେଶ ଖୋଲା ରଖି ଶୋଇଲେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇ ଦୁଃସ୍ବପ୍ନ ଆସେ I
  • ଅନ୍ୟ ଏକ ମୁଖ୍ୟ କଥା ହେଲା ଶୋଇବା ଘରକୁ ଯେତେ ସଫା ରଖିପାରିବେ ଏବଂ ସଫା ବିଛଣାରେ ଶୋଇବେ ଇ ସେହିଭଳି ରାତ୍ରି ଭୋଜନ ପରେ ,ଖବରେ ସମୟରେ ପିନ୍ଧିଥିବା ଲୁଗାକୁ ବଦଳାଇ ଶୁଅନ୍ତୁ କାରଣ ଲୁଗାରେ ଅଜାଣତରେ ଅଇଁଠା ପଡ଼ିଥିଲେ ମଧ୍ୟ ରାତିରେ ଦୁଃସ୍ବପ୍ନ ଆସିଥାଏ I
  • ନିଜ ଖଟରେ ବିଛଣା ତଳେ କେବେହେଲେ ଜୋତା ବା ଭଙ୍ଗା ଜିନିଷ ରଖିବେ ନାହିଁ ,ଧ୍ୟାନ ରଖିବେ I
  • ପ୍ରତି ଦୁଇ ତିନି ଦିନରେ ଠାରେ ଶୋଇବା ଘରକୁ ଲୁଣ ମିଶା ପାଣିରେ ପୋଛିବା ଭଲ I ଏ ପରି କଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଯାଏ I
  • ଦୁଃସ୍ବପ୍ନ ବାରମ୍ବାର ଆସୁଥିଲେ ଗୋଟିଏ ଗୁଜୁରାତି ରୁ ମଞ୍ଜିକୁ ଛଡାଇ ତକିଆ ଭିତରେ ରଖି ଶୁଅନ୍ତୁ ଦେଖିବେ ଆପଣଙ୍କ ସମସ୍ୟା ର ଶୀଘ୍ର ସମାଧାନ ହୋଇଯିବ I
  • ସେହିପରି ଯଦି ଦୁଃସ୍ବପ୍ନ ରୁ ମୁକୁଳିବାକୁ ହେଲେ ଆପଣ ଶୋଇବାବେଳେ ତକିଆ ତଳେ ମୟୂରଚନ୍ଦ୍ରିକା ରଖି ଶୁଅନ୍ତୁ I
  • ଆଉ ଏକ ମୁଖ୍ୟ କଥା ହେଲା ଶୋଇବା ପୂର୍ବରୁ ଆପଣ ଭଲ ଭାବରେ ଧୁଆ ଧୋଇ ହୋଇ ପରିଷ୍କାର ବିଛଣାରେ ବସି ,ମହାମୃତ୍ୟୁଞ୍ଜୟ ମନ୍ତ୍ର ,ଗାୟତ୍ରୀ ମନ୍ତ୍ର ବା ହନୁମାନ ଚାଳିଶା ପାଠ କରି ଶୁଅନ୍ତୁ ଦେଖିବେ କୌଣସି ପ୍ରକାର ଦୁଃ ସ୍ବପ୍ନ ଆସିବ ନାହିଁ I
Comments (0)
Add Comment