ଆସନ୍ତା ୨୦୨୨-୨୩ରୁ ସୁନ୍ଦରଗଡ଼ ରେ ନୂଆ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ : ସ୍ୱାସ୍ଥ୍ୟ ମନ୍ତ୍ରୀ

ସୁନ୍ଦରଗଡ ଜିଲ୍ଲାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟ ସରକାର ଓ ଏନଟିପିସି ମଧ୍ୟ ରେ ୨୦୧୩ ଡିସେମ୍ବର ୧୩ ତାରିଖ ଯେଉଁ ରେ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଥିଲା ତାହI କେବେ କାର୍ଯ୍ୟକ୍ଷମ ହେବ ,ଏହାକୁ ନେଇ ଆଜି ଗୃହ ରେ ବିବୃତି ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ I ମାନ୍ୟବର କହିଛନ୍ତି କି ୨୦୨୨-୨୩ରୁ ସୁନ୍ଦରଗଡ଼ ରେ ନୂଆ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ଆସନ୍ତାବର୍ଷରୁ ଆଡମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି । ୧୦୦ ଏମବିବିଏସ ସିଟ୍, ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିରେ ୨୧୭ ଜଣ ଷ୍ଟାଫଙ୍କୁ ନିଯୁକ୍ତି ଦେବାକୁ ବ୍ୟବସ୍ଥା କରାଯାଉଛି । ଏନଟିପିସି ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ମେଡିକାଲ କଲେଜ ହେବ । ସେପ୍ଟେମ୍ବର ୨୬ ସୁଦ୍ଧା ମେଡିକାଲ ସିଟ୍ ପାଇଁ ଆବେଦନ କରାଯିବ ବୋଲି ସେ କହିଛନ୍ତି ।ଏହା ସହ ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ମନ୍ତ୍ରୀ ନିଜ ବିବୃତ୍ତିରେ କହିଛନ୍ତି ଯେ, ୫ ମାସ ବିତିଯାଇଥିଲେ ବି କେନ୍ଦ୍ର ସରକାର ପଦକ୍ଷେପ ନେଇନାହାନ୍ତି । ରାଜ୍ୟ ସରକାର ମାଗଣାରେ ୨୦୦ ଏକର ଜମି ଦେବେ କହିଥିଲେ । ଡିଏମଏଫ ଫଣ୍ଡରୁ ଟଙ୍କା ଓ ସାହାଯ୍ୟ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏମ୍ସ ପ୍ରତିଷ୍ଠା ନେଇ ସ୍ପଷ୍ଟୋକ୍ତି ମିଳିନି ବୋଲି ମନ୍ତ୍ରୀ କହିଛନ୍ତି I

Comments (0)
Add Comment