ହାଇକୋର୍ଟର ନୂଆ ବିଚାରପତି ହେବେ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ

କଟକ :ଅବସର ଗ୍ରହଣ କରିବାକୁ ଯାଉଛନ୍ତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ଗତ କିଛି ଦିନ ତଳେ ସେ ଓଡ଼ିଶାର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ଭାର ଗ୍ରହଣ କରିଥିବା ବେଳେ ଆସନ୍ତା ୪ ତାରିଖରେ ଅବସର ପ୍ରାପ୍ତ କରିବେ l ତାଙ୍କ ପରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ।

ଜଷ୍ଟିସ ସୁଭାଶିଷ ତଳପତ୍ରଙ୍କ ଅବସର ପରେ ଜଷ୍ଟିସ୍ ତାଙ୍କ ସ୍ଥାନ ନେବେ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ । ନୟାଗଡ଼ ଓଡ଼ଗାଁରେ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କ ଘର। ସେ ଭୁବନେଶ୍ୱର ବିଜେବିରୁ ବାଣିଜ୍ୟରେ ଅନର୍ସ ରଖି ସ୍ନାତକ କରିଥିଲେ। ବାଣିବିହାର ଉତ୍କଳ ୟୁନିଭର୍ସିଟି ଅଧିନ କଟକର ଏମ୍‌ଏସ୍‌ ଲ କଲେଜ୍‌ରୁ ଏଲ୍ଏଲ୍‌ ବି ଓ ଏଲ୍‌ଏଲ୍‌ ଏମ୍‌ ପାସ୍ କରିଥିଲେ l ଏହା ପରେ ସମ୍ବଲପୁର ୟୁନିଭର୍ସିଟିରୁ ଲରେ ପିଏଚ୍‌ଡି ଲାଭ କରିଥିଲେ। ଏହାପରେ ଶ୍ରୀଷଡ଼ଙ୍ଗୀ ୧୯୮୫ ଡିସେମ୍ବରରେ ବାର୍‌ରେ ଯୋଗ ଦେଇ ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ନିୟମିତ ଓକିଲାତି ଅଭ୍ୟାସ କରିଥିଲେ।

ODISHA