କଟକ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କଲେ ରାଜ୍ୟ ର ନୂଆ ଡିଜିପି ସୁନୀଲ ବଂଶଲ

କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ପୂର୍ବତନ ଡିଜିପି ଅଭୟଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ସୂନୀଲ ବଂଶଲ । କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁନୀଲ ବଂଶଲ ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ । ତେବେ ଦାୟିତ୍ୱ ଗ୍ରହଣ ଅବସରରେ ସୁନୀଲ ବଂଶଲ ନିଜ ପ୍ରତିକ୍ରୀୟାରେ କହିଥିଲେ ସଭିଙ୍କ ସହ ସାଙ୍ଗ ଭଳି ସମ୍ପର୍କ ରଖିବା ମୋର ପ୍ରଥମ ପ୍ରୟାସ ।
ସୁନୀଲ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ । ସେ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଥିବା ବେଳେ ୨୭ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ସୁନୀଲ କହିଥିଲେ ଯେ, ପୋଲିସ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ନେଇ ସେ କାର୍ଯ୍ୟ କରିବେ । ଲୋକଙ୍କ ମନରେ ପୋଲିସ ପ୍ରତି ଥିବା ଭୟ ଦୂର କରିବା ସହ ଜନସାଧାରଣଙ୍କୁ କିପରି ନ୍ୟାୟ ମିଳିବ ତା’ ଉପରେ ଫୋକସ୍ ରହିବ । ରାଜ୍ୟରେ ଚାଲିଥିବା ସାଇବର କ୍ରାଇମ, ନିଶା କାରବାର ଓ ମାନବ ଚାଲାଣକୁ ରୋକିବା ନେଇ ସେ ପଦକ୍ଷେପ ନେବେ ବୋଲି କହିଥିଲେ । ଏହାସହ ନକ୍ସଲ ଦମନରେ ଓଡିଶା ପୋଲିସ ଅନେକ ସଫଳତା ପାଇଛି । ମୁଁ ଚେଷ୍ଟା କରିବି ଏହି ସଫଳତାକୁ ଆହୁରି ଆଗେଇ ନେବି । ମୁଖ୍ୟମନ୍ତ୍ରୀ ମତେ ଭରସା କରିଛନ୍ତି । ଆମେ ଓଡିଶାବାସୀଙ୍କୁ ସେବା ଓ ସୁରକ୍ଷା ଯୋଗାଇବୁ । ନିର୍ବାଚନ କେମିତି ସଫଳତାର ସହ ହେବ ସେ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବା କଥା କହିଥିଲେ ।
ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଚଳିତ ମାସରେ ସରୁଥିବାରୁ ପୂର୍ବରୁ ଆଜି ସରୁଥିବାରୁ ଏହି ପଦକୁ ନେଇ କିଛି ବରିଷ୍ଠ ଅଧିକାରୀଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । ସେମାନଙ୍କ ମଧ୍ୟରେ ସୁନୀଲ, ମନୋଜ ଛାବ୍ରା ଓ ସନ୍ତୋଷ ଉପାଧ୍ୟାୟଙ୍କ ନାମ ଆଗରେ ରହିଥିଲା । ନୂଆ ଡିଜିପି ପଦ ପାଇଁ ରାଜ୍ୟ ସରକାର ୧୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ନାମ ସଙ୍ଘୀୟ ଲୋକସେବା ଆୟୋଗ (ୟୁପିଏସସି)କୁ ସୁପାରିସ କରିଥିଲେ । ୟୁପିଏସସି କମିଟି ସିଲେକ୍ସନ କରି ଏହି ୩ ଜଣଙ୍କ ନାମ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲା ।

Comments (0)
Add Comment