ବଲିଉଡ୍ର ଲୋକପ୍ରିୟ ଗାୟକ କେକେଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି । କୋଲକାତା ଗୁରୁଦାସ କଲେଜ୍ର ନାଜରୁଲା ମଞ୍ଚରେ ସେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ହେଲେ ୫୩ ବର୍ଷିୟ କେକେଙ୍କ ମୃତ୍ୟୁ ପୂର୍ବର କିଛି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଷ୍ଟେଜ ରେ ଲାଇଭ କନସର୍ଟ ଚାଲୁଥିବା ସମୟରେ କେକେ କିଛି ସମୟ ପାଇଁ ପ୍ରବଳ ଝାଳ ରେ ବୁଡି ଯାଇଥିବା ଦେଖିବାକୁ ମିଳିଥିଲା I ଭିଡିଓରେ ଦେଖିବାକୁ ମିଳିଛି ପ୍ରବଳ ଗରମ ହେବା କାରଣରୁ କେକେ ଆୟୋଜକ ଙ୍କ ନିକଟରୁ ଟାଓ୍ୱାଲ ଆଣି ନିଜର ମୁହଁ ପୋଛୁଛନ୍ତି । ପରେ ଏକ ପାଣି ବଟଲ ନେଇ ପିଉଛନ୍ତି । ଏହାପରେ ଷ୍ଟେଜ ରେ ଏପଟ ସେପଟ ହୋଇ ଏସି ଚାଲୁ ନ ଥିବା ଇସାରା କରି ସଂକେତ ଦେଉଛନ୍ତି । ଖାଲିସେତିକି ନୁହେଁ ନାଜରୁଲା ମଞ୍ଚରେ ବହୁ ସଂଖ୍ୟକ ଦର୍ଶକ ଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି I ତେବେ କେକେ ଅସୁସ୍ଥ ଅନୁଭବ କରିବା ପରେ ସଙ୍ଗେ ସଙ୍ଗେ ହାତରେ ଧରିଥିବା ମାଇକକୁ ପାଖରେ ଥିବା ବ୍ୟକ୍ତିଙ୍କୁ ଦେଇ ସହଯୋଗୀଙ୍କ ସହ ଷ୍ଟେଜରୁ ବାହାରକୁ ଯାଉଥିବାର ଦେଖିବାକୁ ମିଳିଛି । କୁହାଯାଉଛି ଆୟୋଜନ ସ୍ଥଳରେ ଏସି ଠିକ୍ ଭାବରେ ଚାଲୁନଥିଲା । ଆବଶ୍ୟକରୁ ଅଧିକ ସଂଖ୍ୟକ ଲୋକ ଥିଲେ । ଅତ୍ୟଧିକ ହାଲୋଜିନ ଲାଇଟ ଯୋଗୁଁ ପ୍ରବଳ ଗରମ ଅନୁଭୂତ ହେଉଥିଲା I ସେପଟେ କେ.କେଙ୍କ ମୃତ୍ୟୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାହିଁକି ନାଁ କେ.କେଙ୍କ ମୁଣ୍ଡ ଓ ଓଠରେ ଆଘାତ ଲାଗିଥିବା ପୁଲିସ ସୂଚନା ଦେଇଛି । ଯାହାକି ଏହା ଏକ ହତ୍ୟାକଣ୍ଡ ନା ନିଜେ କେକେ ତଳେ ପଡ଼ିଯାଇଛନ୍ତି । ତାହାକୁ ନେଇ କୋଲକାତା ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।
ସେପଟେ ଆଜି ଆସିଥିବା ପୋଷ୍ଟମର୍ଟମ ରିପୋର୍ଟ ରୁ କେକେ ଙ୍କ ମୃତ୍ୟୁ କୁ ୟୁଡି ଅର୍ଥାତ ଅନ ନେଚୁରାଲ ଡେଥ ବୋଲି ଦର୍ଶାଯାଇଛି I ତେବେ ପ୍ରାରମ୍ଭିକ ମେଡିକାଲ ରିପୋର୍ଟରେ କେବଳ ଅପ୍ରାକୃତିକ ମୃତ୍ୟୁ ଲେଖାଯାଇଥିବା ବେଳେ ଅନ୍ୟ କୌଣସି କାରଣ ଦର୍ଶାଯାଇ ନାହିଁ। ୭୨ ଘଣ୍ଟା ପରେ ସମ୍ପୂର୍ଣ୍ଣ ଅଟୋସ୍ପି ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି।