ସେପ୍ଟେମ୍ବର ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ : ବିଧାୟକ ଓ ମନ୍ତ୍ରୀଙ୍କ ଚାଲିଛି କରୋନା ପରୀକ୍ଷା

ସେପ୍ଟେମ୍ବର ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । କରୋନା କଟକଣା ଭିତରେ ଗୃହ ଚାଲିବା ନେଇ ଘୋଷଣା କରାଯାଇଛି । ତେବେ ଆଜି ବିଧାୟକ ଏବଂ ମନ୍ତ୍ରୀମାନଙ୍କର କରୋନା ଟେଷ୍ଟ କରାଯାଉଛି । ଏଥର ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ସାଢେ ୧୦ଟାରୁ ୧ଟା ୩୦ ଓ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ ଗୃହକାର୍ଯ୍ୟ ।
ମୁଲତବୀ ପ୍ରଶ୍ନ ଉପରେ ଆଲୋଚନା ହେବ । ବିଜେପି ୩ ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ଗତଥର ଭଳି ବିଧାୟକମାନେ ବସିବେ । ମନ୍ତ୍ରୀ ଠିଆ ହୋଇ ଉତ୍ତର ରଖିପାରିବେ । ଗୃହ ଭିତରେ କୌଣସି କାଗଜ ଦିଆଯିବ ନାହିଁ । ପୂର୍ବର ସୁଚନା ଅନୁସାରେ ଯେଉଁ ନେତା କିମ୍ବା ବିରୋଧିଦଳ ନେତା ମେଡ଼ିକାଲରେ ଥିବେ , ସେ ଚାହିଁଲେ ହସ୍ପିଟାଲରୁ ଭିଡ଼ିଓ କନଫରେନ୍ସ ଦ୍ୱାରା ଉପସ୍ଥିତ ରହିପାରିବେ ବା ଆବଶ୍ୟକ ପଡିଲେ ନିଜର ବକ୍ତବ୍ୟ ରଖିପାରିବେ ।

Comments (0)
Add Comment