ଜୁଲାଇ ୧୮ ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ I ଅଧିବେଶନ ଆସନ୍ତାକାଲି ଠୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଗୃହକାର୍ଯ୍ୟ। ଅଧିବେସନ କାଳରେ ସଭାକାର୍ଯ୍ୟ ୧୮ ଦିନ ଧରି ଚାଲିବ । ଏହି ଅଧିବେଶନରେ ମୋଟ ୨୪ ବିଲ୍ ଉପରେ ଆଲୋଚନା ହେବାର ଅଛି।ଏ ସମ୍ପର୍କ ରେ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ଅଧିବେଶନ କାଳରେ ଉଭୟ ସଭାଗୃହକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ସହଯୋଗ ଲୋଡିବା ସକାଶେ ସରକାର ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତାକାଲି ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ। ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କେୟା ନାଇଡୁ ରାଜ୍ୟସଭାରେ ବିଭିନ୍ନ ଦଳର ନେତାମାନଙ୍କର ଏକ ବୈଠକ ଡକାଇଛନ୍ତି।
ଗତକାଲି ବାଚସ୍ପତି ଓମ୍ ବିର୍ଲା ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ଏକ ବୈଠକ ଡକାଇଥିଲେ। ସଭାକାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବା ସକାଶେ ରାଜନୈତିକ ଦଳର ନେତାମାନେ ବାଚସ୍ପତିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ସଂସଦର ବର୍ଷାକାଳୀନ ଅଧିବେଶନ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।ସେହିଭଳି କିଛି ବିଲ୍ ଯାହା ଆଲୋଚନା ହେବାକୁ ଅଛି ସେଗୁଡ଼ିକ ହେଲା – କଫି (ପ୍ରୋତ୍ସାହନ ଓ ବିକାଶ) ବିଲ୍, ଉଦ୍ୟୋଗ ବିକାଶ ଏବଂ ସେବା କେନ୍ଦ୍ର (Development of Enterprises and Services Hubs Bill) ବିଧେୟକ ରହିଛି। ଉଦ୍ୟୋଗ ବିକାଶ ବିଲ୍ରେ ବିଶେଷ ଆର୍ଥିକ କ୍ଷେତ୍ର ଅଧିନିୟମ ସଂଶୋଧନ ପ୍ରସ୍ତାବ, ୨୦୦୫ ଫ୍ରେମ ରୁଲ, ଦ୍ରବ୍ୟର ଭୌଗଳିକ ଚିହ୍ନଟ ପ୍ରକରଣ(GI) ଆମେଣ୍ଡମେଣ୍ଟ ବିଲ, ଗୋଦାମଘର(ବିକାଶ ଓ ନିୟମିତତା) ଆମେଣ୍ଡମେଣ୍ଟ ବିଲ, ଏବଂ ପ୍ରତିଯୋଗିତା(ଆମେଣ୍ଡମେଣ୍ଟ ବିଲ୍) ଆଦି ରହିଛି। ଏହା ସହିତ ଦରଦାମ ବୃଦ୍ଧି, ଅଗ୍ନିପଥ ଯୋଜନା ଏବଂ ବେକାରୀ ସମସ୍ୟା ପ୍ରସଙ୍ଗ ନେଇ ବିରୋଧୀଦଳ ସରକାରଙ୍କୁ ଘେରିବା ଅନୁମାନ କରାଯାଉଛି। ପରିବାର ଅଦାଲତ ସଂଶୋଧନ ବିଲ୍, ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ୍ ଏବଂ ପ୍ରେସ୍ ଓ ସାମୟିକ ପତ୍ରିକା ପଞ୍ଜିକରଣ ବିଲ୍ ଆଦି ବର୍ଷାକାଳୀନ ଅଧିବେଶନରେ ଆଗତ କରାଯିବାର କାର୍ଯ୍ୟସୂଚୀ ରହିଛି।