ମିଶିନାରିଜ୍ ଅଫ୍ ଚାରିଟିକୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୭୮.୭୬ ଲକ୍ଷ ଟଙ୍କା ର ଅନୁଦାନ

ଓଡ଼ିଶାରେ ମିଶନାରୀ ଅଫ୍ ଚାରିଟି ଦ୍ୱାରା ପରିଚାଳିତ ୧୩ ଟି ଅନୁଷ୍ଠାନକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଏମଆରଏଫରୁ ୭୮.୭୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ, ମିଶନାରୀ ଅଫ୍ ଚ୍ୟାରିଟିର କୌଣସି ଅନ୍ତେବାସୀ ଯେପରି ଖାଦ୍ୟ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ଏହା ନିଶ୍ଚିତ କରିବାକୁ ଡିସେମ୍ବର ୩୦ରେ ନର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ୮ ଜିଲ୍ଲାରେ ଥିବା ୧୩ଟି ଅନୁଷ୍ଠାନର ୯୦୦ ଅନ୍ତେବାସୀ ଉପକୃତ ହେବେ ।

Comments (0)
Add Comment