ନିଖୋଜ ଶିକ୍ଷୟିତ୍ରୀ ଙ୍କ ପତ୍ତା ମିଳୁନି : ମୁଖ୍ୟ ଅଭିଯୁକ୍ତ ପୋଲିସ ହେପାଜତ ରୁ ଚମ୍ପଟ

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ ଇଂଲିଶ ମିଡିୟମ ସ୍କୁଲର ପ୍ରିନ୍ସିପାଲ ମମିତା ମେହେର ଗତ ଅକ୍ଟୋବର ୮ ତାରିଖରୁ ଶିକ୍ଷୟିତ୍ରୀ ନିଖୋଜ ଅଛନ୍ତି। ସେହିଦିନ ସ୍କୁଲ ର ମାଲିକ ତଥା ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ତାଙ୍କୁ ସ୍କୁଲ ର ଜରୁରୀ ମିଟିଂ ଅଛି କହି ନିଜ କାର ଯୋଗେ ନେଇ ଆସିଥିଲେ I ତା ପରଠାରୁ ମମିତା ଆଉ ଘରକୁ ଫେରି ନାହାନ୍ତି I ଏ ସମ୍ପର୍କ ରେ ପରିବାର ପକ୍ଷ ରୁ ପୋଲିସ ରେ ଏତଲା ଦିଆଯାଇଥିଲେ ମଧ୍ୟ ବିଗତ ୧୦ ଦିନ ଧରି ପୋଲିସ ର ହାତ ଖାଲି I ତାଙ୍କୁ ଖୋଜିବାକୁ ପୁଲିସ୍ ୮ଟି ଟିମ୍ ଗଠନ କରିଛି। ତାଙ୍କ ଏଯାଏଁ ପତ୍ତା ମିଳି ନଥିବା ବେଳେ ଏବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁକୁ ପୋଲିସ ଅଟକ ରଖିଥିବା ଅବସ୍ଥାରେ ପୋଲିସ ହେପାଜତ ରୁ ଚମ୍ପଟ ମାରିଛି I ଏବେ ପୁଣି ଗୋବିନ୍ଦ ସାହୁ ଙ୍କୁ ଖୋଜିବାକୁ ପୁଲିସ୍ ସ୍ୱତନ୍ତ୍ର ଟିମ୍ ଗଠନ କରିଥିବା ଜଣାପଡ଼ିଛି। ପୁଲିସ୍ ଗୋବିନ୍ଦ ସାହୁଙ୍କୁ ଫେରାର କରାଇ ଦେଇଛି ବୋଲି ନିଖୋଜ ଶିକ୍ଷୟିତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ଭାଇ କହିଛନ୍ତି, ମନ୍ତ୍ରୀଙ୍କ ସହିତ ତାଙ୍କର ଭଲ ସଂପର୍କ ଅଛି ବୋଲି କୁହାଯାଉଥିଲା। ଏହା ଏବେ ପ୍ରମାଣିତ ହୋଇଛି। ମନ୍ତ୍ରୀଙ୍କ ସହିତ ଭଲ ସଂପର୍କ ଥିବାରୁ ତାଙ୍କୁ ପୁଲିସ୍ ମାନେ ଫେରାର କରାଇ ଦେଇଛନ୍ତି। ନହେଲେ ପୁଲିସ୍ ହେପାଜତରୁ ସେ ଖସି ଗଲେ କେମିତି?

ଘଟଣାନୁସାରେ, ମହାଲିଙ୍ଗ ସନ୍‌ସାଇନ ଇଂଲିଶ ମିଡିୟମ ସ୍କୁଲ ଏବଂ ତତ୍ସଂଲଗ୍ନ କଲେଜ ରେ ବିଭିନ୍ନ ପ୍ରକାର ଅନୈତିକ କାରବାର ତଥା ସେକ୍ସ ରାକେଟ ଚାଲୁଥିବା ଓ ଗୋବିନ୍ଦ ସାହୁ ଝିଅମାନଙ୍କ ସହିତ ଅନୈତିକ ସଂପର୍କ ରଖୁଥିବା ସମ୍ପର୍କରେ ମମିତା ଜାଣିପାରିଥିଲେ ଏବଂ ଏ ବିଷୟ ରେ ସେ ତାଙ୍କ ର ଜଣେ ସହଯୋଗୀ ଓ ତାଙ୍କ ଭାଇ ଙ୍କୁ ଫୋନ ଯୋଗେ ଜଣାଇଥିଲେ I ମମିତା ଏହି ଅନୈତିକ କାରବାରକୁ ବିରୋଧ କରିବା ସହିତ ଗୋବିନ୍ଦ ସାହୁଙ୍କୁ ବରବାଦ କରି ଦେବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ଏମିତି କି ଏଥିପାଇଁ ସେମାନେ ଯୋଜନା ପ୍ରସ୍ତୁତ କରି ସାରିଥିଲେ। କିନ୍ତୁ ତା’ପୂର୍ବରୁ ଗୋବିନ୍ଦ ସାହୁ ଦ୍ୱାରା ମମିତା ନିଖୋଜ ହେଇଛନ୍ତି I

ସେହିପରି ଗୋବିନ୍ଦ ସାହୁଙ୍କ ସ୍କୁଲ୍‌ରେ ସେକ୍ସ ସ୍କ୍ୟାଣ୍ଡେଲ କଥା ସହିତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ତାଙ୍କର ଭଲ ସଂପର୍କ ଥିବା କଥା ମଧ୍ୟ ଉଠିଛି। କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ଘଟଣାରେ ସିଧାସଳଖ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିବା ସହିତ ତାଙ୍କୁ ବରଖାସ୍ତ କରି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ବିଜେଡି ପକ୍ଷରୁ କୁହାଯାଇଛି ଯେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଏଥିରେ ଦଳ ପକ୍ଷରୁ କୌଣସି ଚାପ ପ୍ରୟୋଗ କରାଯାଇ ନାହିଁ।

Comments (0)
Add Comment