୩କ ପଣିକିଆ ନ କହିପାରିବାରୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କର ଦରମା ବନ୍ଦ କଲେ ଗଣଶିକ୍ଷା ମନ୍ତ୍ରୀ

୩ୟ ଶ୍ରେଣୀ ପିଲା ୩କ ପଣିକିଆ ନ କହି ପାରିବାରୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କର ଦରମା ବନ୍ଦ କଲେ ଗଣଶିକ୍ଷା ମନ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସହର ସ୍ଥିତ ମହାବୀର ନୋଡାଲ ୟୁପି ସ୍କୁଲ ରେ । ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଜିଲ୍ଲାବାରି ପ୍ରଧାନଶିକ୍ଷକ ସମ୍ମିଳନୀ ରେ ଯୋଗ ଦେବାକୁ ଯାଇଥିଲେ I ଏହି ସମୟରେ କୋଭିଡ ପରବର୍ତ୍ତୀ ସମୟରେ ପାଠ ପଢା କେମିତି ଚାଲିଛି ତଦାରଖ ପାଇଁ ଆଜି ଅଚାନକ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବାଲେଶ୍ୱରର ଏକ ପ୍ରାଥମିକ ସ୍କୁଲରେ ପହଞ୍ଚିଥିଲେ । ସ୍କୁଲର ୩ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ପଣିକିଆ ପଚାରିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ପିଲା କହିପାରିନଥିଲେ । ଏପରିକି କିଛି ପିଲା ତିନିକ ପଣିକିଆ ମଧ୍ୟ କହିପାରିନଥିଲେ । ପିଲା ତିନିକ ପଣିକିଆ ନ କହିପାରିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଧାନଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ସନ୍ତୋଷଜନକ ନ ଥିବାରୁ ୧୫ ଦିନ ମଧ୍ୟରେ ଉତ୍ତର ଦେବାକୁ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏଥିସହ ତାଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।