ମେୟର ଆସନ ଦୋୖଡରେ ଆଶାୟୀ ମାଳ ମାଳ

ଏଥର ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ତେଣୁ ଏଥର ପ୍ରଥମ ଥର ମେୟର ପାଦ ପାଇଁ ସିଧାସଳଖ ମତଦାନ ହେବ I ମେୟର ପଦବୀ ପାଇଁ ଥିବା ବହୁ ଆଶାୟୀ ପୁରୁଷ ପାର୍ଥୀ ଏ ଥର ନିରାଶ ହୋଇଛନ୍ତି I ବର୍ତ୍ତମାନ ଏହି ପଦବୀ କୁ ଅକ୍ତିଆର କରିବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କସରତ ଆରମ୍ଭ ହେଇଯାଇଛି ଇ ଯାହା ଜଣାପଡୁଛି ଏ ଥର ମେୟର ପଦବୀ ହାତେଇବା ପାଇଁ ହେବାକୁ ଯାଉଛି ଜୋରଦାର ଲଢ଼େଇ ।
ବିଜେଡିରେ ଓଡିଟିଡି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜେଡି ମୁଖପାତ୍ର ସୁଲତା ଦେଓ, ବିଜେଡି ସାଧାରଣ ସମ୍ପାଦକ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ନାମକୁ ନେଇ ଆଲୋଚନା ହେଉଥିବାବେଳେ କିଏ ପ୍ରାର୍ଥୀ ହେବ ତା ଉପରେ ସମସ୍ତଙ୍କର ନଜର ରହିଛି I ତେବେ ଏଥର ସିଧାସଳଖ ନିର୍ବାଚନ ହେଉଥିବାରୁ ଶାସକ ବିଜେଡି ନିଜର ଗଡ଼ ସୁରକ୍ଷିତ ରଖିବାକୁ ହେଲେ ଜଣେ ଟାଣୁଆ ନେତ୍ରୀଙ୍କୁ ମଇଦାନକୁ ଓହ୍ଲାଇବାକୁ ଯୋଜନା କରୁଛି ।ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ଙ୍କୁ ପ୍ରାର୍ଥୀ କରିଥିଲା ,ଆଉ ଏହା ର ସୁଫଳ ମଧ୍ୟ ଦଳକୁ ମିଳିସାରିଛି ଇ ଏଥର ଅନୁରୂପ ଭାବରରେ ଭଲ ଛବି ଥିବା ନେତ୍ରୀ ଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ଛାଲିଛି । ତେଣୁ ବିଜେପି ପକ୍ଷରୁ ଲେଖାଶ୍ରୀ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଥିଲେ ମଧ୍ୟ ନିର୍ବାଚନ ଲଢ଼ିବାରେ ଅଭିଜ୍ଞାତା ଥିବା ବରିଷ୍ଠ ନେତ୍ରୀ ରଶ୍ମୀ ମହାପାତ୍ରଙ୍କ ପ୍ରାର୍ଥୀତ୍ୱ ନେଇ ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ଯେ ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ସମସ୍ତ ରାଜନୈତିକ ଦଳ ପାଇଁ ସେମିଫାଇନାଲ ସଦୃଶ । ତେଣୁ ତୃଣମୂଳ ସ୍ତରରୁ ସମସ୍ତ ନେତାମାନେ ରଣନୀତି ଆରମ୍ଭ କରିସାରିଲେଣି । ଅନ୍ୟପଟେ ରାଜ୍ୟରେ କୋଭିଡର ସ୍ଥିତିକୁ ଦୃଷ୍ଟିରେ ନିର୍ବାଚନ କମିଶନ କଟକଣା ଲାଗୁ କରିଥିବାରୁ ନିର୍ବାଚନୀ ପ୍ରଚାର କ୍ଷେତ୍ରରେ ସୋସିଆଲ ମିଡ଼ିଆ ପ୍ରମୁଖ ମାଧ୍ୟମ ସାଜିବ ।

Comments (0)
Add Comment