ଶ୍ରୀମନ୍ଦିର ଜଗନ୍ନାଥ ଦର୍ଶନ କଟକଣା ହେଲା କୋହଳ

ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ ପାଇଁ କୋହଳ ହେଲା କଟକଣା Iଆସନ୍ତା ଫେବୃଆରୀ ୨୧ରୁ ଭକ୍ତ ମାନଙ୍କ ପାଇଁ ଜଗନ୍ନାଥ ଦର୍ଶନ ନିମନ୍ତେ ଏଣିକି ଟିକା ପ୍ରମାଣପତ୍ର ଦେଖାଇବା ଆବଶ୍ୟକ ପଡ଼ିବ ନାହିଁ । କିନ୍ତୁ ମାସ୍କ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିବା ବାଧ୍ୟତାମୂଳକ ।ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ୩ଟାରେ ଛତିଶା ନିଯୋଗ ବୈଠକରେ କଟକଣା କୋହଳ ହେବା ନେଇ ନିଷ୍ପତ୍ତି ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରୀଷ୍ଣନ କୁମାର ସୂଚନା ଦେଇଛନ୍ତି ।
କରୋନା ସଂକ୍ରମଣ ପାଇଁ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଥିଲା ଯାହା ଶ୍ରଦ୍ଧାଳୁଙ୍କ ମନକୁ କଷ୍ଟ ଦେଉଥିଲା । ବଡଦାଣ୍ଡରେ ଥାଇ ଜଗା ମୁଣ୍ଡିଆ ମାରି ଭକ୍ତଙ୍କୁ ଫେରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟରେ ଯେହେତୁ କରୋନା ସଂକ୍ରମଣ କମୁଛି, ସେନେଇ କଟକଣା କୋହଳ କରାଯିବI ପାଇଁ ନିଷ୍ପତି ହୋଇଛି I