ଜିମ ନେଲା ଜୀବନ : ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ପରଲୋକ

ମୁମ୍ବାଇ : ଟେଲି ଜଗତରୁ ଆସିଛି ଆଉ ଏକ ଦୁଖଦଃ ଖବର I ଜିମ ରେ ଯାଇଛି ଆଉ ଜଣେ ଅଭିନେତାଙ୍କ ଜୀବନ I ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଥିବା ସମୟରେ ଲୋକପ୍ରିୟ ଟିଭି ଷ୍ଟାର୍ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ପରଲୋକ ହୋଇଛି I ଟେଲି ଅଭିନେତା ଅଭିନେତା ଜୟ ଭାନୁଶାଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ସୂଚନାନୁସାରେ ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଥିବା ସମୟରେ ହଠାତ୍ ବେହୋସ୍ ପଡ଼ିଯାଇଥିଲେ ସିଦ୍ଧାନ୍ତ ସୂର୍ଯ୍ୟବଂଶୀ I ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି I ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ତାଙ୍କର ୨ ଟି ସନ୍ତାନ ଓ ପତ୍ନୀଙ୍କ ସହ ସେ ମୁମ୍ବାଇରେ ରହୁଥିଲେ I ସିଦ୍ଧାନ୍ତଙ୍କର ଅକାଳ ବିୟୋଗର ହିନ୍ଦୀ ଟେଲିଭିଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି I

କିଛି ଦିନ ପୂର୍ବେ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କର ମଧ୍ୟ ସମାନ ସ୍ଥିତି ହୋଇଥିଲା। ସେ ମଧ୍ୟ ଜିମ୍ ସେଣ୍ଟରରେ ୱାର୍କଆଉଟ୍ କରୁ କରୁ ହୃଦଘାତରେ ଶିକାର ହୋଇ ମାସାଧିକ କାଳ ଚିକିତ୍ସିତ ହୋଇ ଶେଷରେ ପ୍ରାଣ ହରାଇଥିଲେ।

ପୂର୍ବରୁ ଆନନ୍ଦ ନାମରେ ପରିଚିତ ଥିଲେ ସିଦ୍ଧାନ୍ତ। ପରେ ସେ ନାମ ପରିବର୍ତ୍ତନ କରିଥିଲେ। ଲୋକପ୍ରିୟ ଟିଭି ଶୋ, କଣ୍ଟ୍ରୋଲ୍ ରୁମ୍, ଜିଦ୍ଦି ଦିଲ୍ ମାନେ ନା ଏବଂ କ୍ୟୁଁ ରିସ୍ତୋ ମେଁ ଖଟ୍ଟି ବଟ୍ଟି ଭଳି ଶୋରେ ସେ କାମ କରିଥିଲେ। ସିଦ୍ଧାନ୍ତ ମଡେଲ ଆଲେସିଆ ରାଉତଙ୍କୁ ବିବାହ କରିଛନ୍ତି। ତାଙ୍କ ପୂର୍ବରୁ ସିଦ୍ଧାନ୍ତ ମିଡିଆ କର୍ମଚାରୀ ଇରା ଚୌଧୁରୀଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ପିତ୍ନୀଙ୍କର ଏକ ଝିଅ ଡିଜା ଥିବାବେଳେ, ପତ୍ନୀ ଆଲେସିଆଙ୍କର ପାଖରୁ ପୁଅଟିଏ ଅଛି। ଟେଲିଭିଜନ୍ ଜଗତରେ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଜଣେ ଲୋକପ୍ରିୟ ଚେହେରା ଥିଲେ।

ଟେଲିଭିଜନ ଦୁନିଆରେ ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ଜଣେ ଖ୍ୟାତନାମା ଅଭିନେତା ଥିଲେ । ତାଙ୍କ ଅଭିନୀତ ଧାରାବାହିକ ଗୁଡିକ ମଧ୍ୟରୁ କୁସୁମ , କସୌଟି ଜିନ୍ଦେଗୀ କେ, ମମତା, କ୍ରିଷ୍ଣା ଅର୍ଜୁନ, ଭାଗ୍ୟବିଧାତା, ବିରୁଦ୍ଧ, ସୂର୍ଯ୍ୟପୁତ୍ର, କର୍ଣ୍ଣ, ୱାରିସ ଆଦି ଅନ୍ୟତମ।