ଗାଁ ଦାଣ୍ଡରେ ନେତା ଙ୍କ ପ୍ରଚାର ଜୋରଦାର

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆଉ ଦିନ କେଇଟା ବାକି ଥିବା ବେଳେ ଗାଁ ଦାଣ୍ଡରେ ନେତା ମାନଙ୍କର ପ୍ରଚାର ସେତିକି ସରଗରମ ହେବାରେ ଲାଗିଛି। କୋଭିଡ୍‍ କଟକଣା କୋହଳ ହେବା ପରେ ପ୍ରତ୍ୟେକ ଜିଲା ପରିଷଦ ଜୋନ୍‍, ପଞ୍ଚାୟତ ଓ ୱାର୍ଡରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀମାନେ ନିଜ ନିଜର ଭୋଟ୍‍ ପ୍ରଚାରକୁ ଜୋରଦାର କରିଛନ୍ତି। ଗାଁ ଗାଁରେ ଘରକୁ ଘର ବୁଲି ପ୍ରାର୍ଥୀ ଓ ନେତାମାନେ ଭୋଟ୍‍ ପ୍ରଚାର ଚଳାଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଇଛନ୍ତି। ଏପରିକି ଡାକବାଜି ଯନ୍ତ୍ରରେ ବିଭିନ୍ନ ଗୀତ ମାଧ୍ୟମରେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର କାର୍ଯ୍ୟ ଚଳାଇଥିବା ବେଳେ ଏଥିଯୋଗୁଁ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି।
ଗୁରୁବାର ଦିନ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଦଳୀୟ ନେତା, କର୍ମୀ ଓ ପ୍ରାର୍ଥୀଙ୍କ ସହ ପିପିଲି ବ୍ଳକର ୨୩ ଓ ୨୪ ନଂ ଜିଲା ପରିଷଦ ଜୋନ୍‍ର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ଭୋଟ୍‍ ପ୍ରଚାର କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଉଭୟ ନେତା ଲୋକଙ୍କୁ ଅବଗତ କରାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‍ ଭିକ୍ଷା କରିଥିଲେ। ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍‍ ଦେଇ ବିଜୟୀ କରାଇବା ପାଇଁ ଭୋଟର ମାନଙ୍କୁ ନିବେଦନ କରୁଥିବା ର ଦେଖାଯାଇଥିଲା I

Comments (0)
Add Comment