ବାଣ ଫୁଟିବା ନେଇ ଆହୁରି କଡା ହେଲେ ନିୟମ; ଜଣାନ୍ତୁ କେତେ ସମୟ ଫୁଟାଇବେ ନହଲେ ଗଣିବେ ତଣ୍ଡ!

ଭୁବନେଶ୍ବର : ଆସୁଛି ଆଲୋକର ପର୍ବ ଦୀପାବଳୀ  । ସବୁଠି ଜୋରଦାର ପ୍ରସ୍ତୁତି  । ଏବେଠୁ ବାଣ ଦୋକାନ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଲାଣି । ଏନେଇ ଦୀପାବଳୀ ପୂର୍ବରୁ ଆଜି କମିସନରେଟ୍ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି  । ଏଥିରେ କୁହାଯାଇଛି ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ରହିଛି । ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ୧୨୫ ଡେସିବେଲ ରୁ ଅଧିକ ଶଦ୍ଦର ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି ।

ଦୀପାବଳୀରେ ଦୀପ ଜାଳି , ସବୁଜ ବାଣ ଫୁଟାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ ଅପିଲ କରାଯାଇଛି । ଘରେ ରହି ଗ୍ରୀନ୍ ଦିଓ୍ବାଲି ମନାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ବାୟୁ ଏବଂ ଶଦ୍ଦ ପ୍ରଦୂଷଣକୁ ଆଖି ଆଗରେ ରଖି କିଛି ନିର୍ଦ୍ଦିଷ୍ଟ ବାଣ ଉପରେ ସୁପ୍ରମିକୋର୍ଟ  କଟାକଣା ଲଗାଇଛନ୍ତି ।

ତେଣୁ ଜନ ସାଧାରଣଙ୍କୁ ସବୁଜ ବାଣ ଫୁଟାଇବାକୁ ଅପିଲ କରାଯାଇଛି । ବେଆଇନ ବାଣ ଫୁଟାଇବା ରୋକିବାକୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।