ଦୁର୍ଘଟଣାର ଦିନକ ପୂର୍ବରୁ ସିଡିଏସ ବିପିନ ରାୱତ ଙ୍କ ଶେଷ ଭିଡ଼ିଓ ବାର୍ତ୍ତା

ସ୍ୱର୍ଣ୍ଣିମ ବିଜୟ ପର୍ବ’ ଉଦଘାଟନୀ ଉତ୍ସବରେ ଭାରତୀୟ ସେନା ପକ୍ଷରୁ ଜାରି ହୋଇଛି ସ୍ୱର୍ଗତ ସିଡିଏସ ବିପିନ ରାୱତଙ୍କ ଭିଡ଼ିଓ ବାର୍ତ୍ତା । ଦୁର୍ଘଟଣାର ପୂର୍ବ ଦିନ ଅର୍ଥାତ୍ ଡିସେମ୍ବର ୭ ତାରିଖରେ ଆଜିର ସ୍ୱର୍ଣ୍ଣିମ ବିଜୟ ଉତ୍ସବ ପାଇଁ ଭିଡ଼ିଓଟି ରେକର୍ଡ କରାଯାଇଥିଲା । ଏହି ଭିଡିଓ ଜରିଆରେ ବିପିନ ରାୱତ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ବିଜୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଭାରତର ଜଳ, ସ୍ଥଳ ଓ ଆକାଶ ବାହିନୀଙ୍କ ବୀରତ୍ୱ ପାଇଁ ଶୁଭେଚ୍ଛା ବାର୍ତା ଜଣାଇଥିଲେ । କିନ୍ତୁ ଆଜି ବିପିନ ରାୱତ ଆମ ଗହଣରେ ନାହାନ୍ତି । ଏହି ଭିଡିଓଟି ୭ ତାରିଖ ଦିନ ରେକର୍ଡ ହୋଇଥିବା ବେଳେ ୮ ତାରିଖ ଦିନ ତାମିଲନାଡୁ ର କୁନ୍ନୁର ନିକଟରେ ସିଡିଏସ ବିପିନ ରାୱତ ଙ୍କ ସମେତ ୧୩ ଜଣ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି ।ଅନ୍ୟପଟେ ଭାରତର ପ୍ରତିରକ୍ଷା ମୁଖ୍ୟଙ୍କ ନିଧନ ଭିତରେ ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ଗେଟ୍ ଆଗରେ ପାଳନ ହେଉଛି ୧୯୭୧ ମସିହା ଯୁଦ୍ଧର ବିଜୟ ଉତ୍ସବ । ଏହି ଅବସରରେ ସିଡିଏସଙ୍କ ବିପିନ ରାୱତଙ୍କ ଶେଷ ଭିଡ଼ିଓ ବାର୍ତ୍ତା ପୂରା ଭାରତୀୟ ସେନା ଓ ଭାରତବାସୀଙ୍କୁ ଭାବୁକ କରିଦେଇଛି ।

Comments (0)
Add Comment