ବାତ୍ୟା ‘ଜୱାଦ’ ପାଇଁ କୋଣାର୍କ ଉତ୍ସବ ଅଧାରୁ ବନ୍ଦ

ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ଆଜିଠାରୁ ଅଧାରୁ ବନ୍ଦ କରିଦିଆଯାଇଛି । ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । ଉତ୍ସବ ବନ୍ଦ ରଖିବା ଲାଗି ଓଡିଶା ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି । ବାତ୍ୟା ଜୱାଦ ପ୍ରକୋପ ଗୁଲାବଠାରୁ ଟିକେ ଅଧିକ ଓ ତିତଲିଠାରୁ କମ୍ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ୩ ତାରିଖ ସନ୍ଧ୍ୟାରୁ ଝିପି ଝିପି ବର୍ଷା ଆରମ୍ଭ ହୋଇ ଯାଇଛି ଇ ଏହି ବର୍ଷା କ୍ରମେ ମଧ୍ୟରାତ୍ରରୁ ବଢିବାର ସମ୍ଭାବନା ରହିଛି ଇ ତେବେ ବାତ୍ୟା ର ପ୍ରକୋପ ୪ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇ ୫ ତାରିଖ ସକାଳ ଯାଏଁ ପ୍ରଭାବ ରହିବ । ଏହି ସମୟ ରେ ପବନର ବେଗ ୮୦ରୁ ୯୦ କିମି ରହିବ । ଏବଂ ପରେ ପବନର ବେଗ ୮୦ରୁ ୧୦୦ କିମି ପର୍ଯ୍ୟନ୍ତ ବଢ଼ିପାରେ । ବାତ୍ୟା ଜୱାଦ ଏବେ ବିଶାଖାପାଟଣାରୁ ୪୨୦ କିମି ଦୂରରେ ରହିଛି । ତେବେ ଏହା କାଲି ସନ୍ଧ୍ୟାରେ ଦିଗ ପରିବର୍ତ୍ତନ କରି ୫ ତାରିଖ ଅପରାହ୍ନରେ ପୁରୀ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି । ଏହାର ପ୍ରଭାବରେ ଉପକୂଳ ଆଂଚଳ ରେ ଆଜି ମଧ୍ୟରାତ୍ରୀରୁ ଓଡ଼ିଶାରେ ବର୍ଷା ସହ ପବନର ବେଗ ବଢ଼ିବ । ଉପକୂଳ ବର୍ତ୍ତୀ ଜିଲ୍ଲା ଗୁଡିକରେ ଆସନ୍ତା ୫ ଓ ୬ ତାରିଖରେ ପ୍ରବଳ ବର୍ଷା ହେବ । ୪ ତାରିଖ ରେ ଅମାବାସ୍ୟା ଥିବାରୁ ସମୁଦ୍ରରେ ନିୟମିତ ଜୁଆରଠାରୁ ଅଧିକ ୧ ମିଟର ଅର୍ଥାତ ୫ ମିଟର ଯାଏ ଜୁଆର ଉଠିପାରେ ବୋଲି ଆଇଏମଡିର ଡିଜି କହିଛନ୍ତି ।

Comments (0)
Add Comment