ନବ ଦାସଙ୍କ ଗୁଳିମାଡ଼ ଘଟଣାରେ କ୍ରାଇମବ୍ରାଞ୍ଚ ର ତଦନ୍ତ ଆରମ୍ଭ

ବ୍ରହ୍ମପୁର: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଂଚ ତଦନ୍ତ କରୁଛି । ବ୍ରହ୍ମପୁରରେ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ । ଅଭିଯୁକ୍ତ ଗୋପାଳକୃଷ୍ଣର ବ୍ରହ୍ମପୁର ସ୍ଥିତ ଆଙ୍କୁଲି ବାସ ଭବନରେ ଦୁଇଜଣିଆ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘର ଭିତରେ ASI ଗୋପାଳ ଦାସର ପତ୍ନୀ ଜୟନ୍ତୀ ଦାଶ୍ ଏବଂ ତାଙ୍କ ପୁତୁରା ରହିଥିବା ବେଳେ ତଦନ୍ତ ଆରମ୍ଭ କରିଛି କ୍ରାଇବ୍ରାଞ୍ଚ । ଗତକାଲି ଅଭିଯୁକ୍ତ ଗୋପାଳକୃଷ୍ଣର ବଡ଼ଭାଇକୁ ଉଠାଇନେଇଥିଲା କ୍ରାଇମବ୍ରାଞ୍ଚ । ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣକୁ ୪ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା କରୁଛି କ୍ରାଇମବ୍ରାଞ୍ଚ ।