ସୀମାରେ ପାକିସ୍ତାନ ଅନୁପ୍ରବେଶ କାରୀଙ୍କୁ ଉଡ଼ାଇଲେ ଭାରତୀୟ ସେନା

ଦେଶର ସୀମାରେ ପାକିସ୍ତାନ ଅନୁପ୍ରବେଶ ଷଡଯନ୍ତ୍ରକୁ ବିଏସ୍ଏଫ୍ ଧୂଳିସାତ କରିଛି । ଫଳରେ ପାକିସ୍ତାନ ସୈନିକଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି ଏହା ସହିତ ପାକିସ୍ତାନ ସୈନିକ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିଲା ବେଳେ ଭାରତୀୟ ସେନା ଗୁଳିରେ ନିହତ ହୋଇଛିଏହି ସଂପର୍କରେ, ଆର୍ନିଆ ସେକ୍ଟରରେ ବିଏସ୍ଏଫ୍ କର୍ମଚାରୀଙ୍କ ଦ୍ୱାରା ଜଣେ ଅନୁପ୍ରବେଶକାରୀଙ୍କୁ ହତ୍ୟା କରାଯାଇଛି।
ସମ୍ପ୍ରତି ଜମ୍ମୁ କଶ୍ମୀରୀର କୁପାୱାଡ଼ା ଜିଲ୍ଲା କରେନା ସେକ୍ଟରରେ ଲାଇନ୍‌ ଅଫ କଣ୍ଟ୍ରୋଲ(ଏଲଓସି)ରେ ଏହି ଘଟଣା ଘଟିଛି। ସମ୍ପୃକ୍ତ ପାକିସ୍ତାନ ସୈନିକର ମୃତ ଦେହକୁ ନେଇଯିବାକୁ ଭାରତୀୟ ସେନାର ପାକିସ୍ତାନକୁ ଜଣାଇଛି। ଗତକାଲି କରୀନା ସେକ୍ଟରରେ ବେଟ ପକ୍ଷରୁ(ପାକିସ୍ତାନ ଆର୍ମି ବୋର୍ଡ଼ର ଆକ୍ସନ୍ ଟିମ) ପକ୍ଷରୁ ଗତକାଲି ଅନୁପ୍ରବେଶ ପାଇଁ ଉଦ୍ୟମ କରାଯାଇଥିଲା।
କରୀନା ସେକ୍ଟରରେ ଗୁଳି ଚଳାଇଥିବା ବେଳେ ପାକିସ୍ତାନର ବର୍ଡର ଆକ୍ସନ୍ ଟିମ୍ (BAT) ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା
ଇ ଜାନୁଆରୀ ୨ ରେ, ଏହି ଅନୁପ୍ରବେଶ କୁ ଭାରତୀୟ ସେନାର ଯବାନ ମାନେ ବାଧା ଦେଇଥିଲେ । ତେବେ ଗୁଳି ମାଡ଼ରେ ନିହତ ହୋଇଥିବା ସୈନିକ ପାକିସ୍ତାନର ବୋଲି ତାର ପରିଚିୟ ପତ୍ରରୁ ଜଣାପଡ଼ିଛି। ମୃତ ପାକିସ୍ତାନ ସୈନିକ ଜଣକ ହେଉଛନ୍ତି ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନର ବାସିନ୍ଦା ମହମ୍ମଦ ଶବୀର ମଲିକ ବୋଲି ଜଣା ପଡିଛି। ଏହି ଅନୁପ୍ରଵକାରୀଙ୍କ ନିକଟରୁ ଏକ AK 47 ବନ୍ଧୁକ ଏବଂ 7 ଟି ହ୍ୟାଣ୍ଡ ଗ୍ରେନେଡ ଉଦ୍ଧାର କରାଯାଇଛି। ତେବେ ଶତ୍ରୁ ରାଷ୍ଟ୍ର ପକ୍ଷରୁ ଅନୁପ୍ରବେଶ ଚାଲ ଜଣାପଡ଼ିବା ପରେ ଆମ୍ବୁସ ଖଞ୍ଜା ଯାଇଥବା ଜେନେରାଲ ପେନ୍ଧେରକର କହିଛନ୍ତି । ଏଥିରେ ସମ୍ପୃକ୍ତ ପାକିସ୍ତାନ ସୈନିକଙ୍କ ମୃତ୍ୟୁ ଘଟିଥିଲା।

Comments (0)
Add Comment