ଆଜିଠୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ

ଆଜିଠୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ । ୨ ଟିକିଆ ସିରିଜ ପାଇଁ ଡୋମିନିକାରେ ପହଞ୍ଚି ଜୋରଦାର ଅଭ୍ୟାସ କରିଛି ଭାରତୀୟ ଟିମ୍‌ । ତେବେ ଗତ କିଛି ବର୍ଷର ରେକର୍ଡ ଦେଖିଲେ ଭାରତୀୟ ଟିମର ପଲ୍ଲା ଭାରି ରହିଛି । ସେପଟେ ୱେଷ୍ଟ ଇଣ୍ଡିଜ୍‌ ପୂର୍ବଭଳି ଶକ୍ତିଶାଳୀ ନଥିବା ବେଳେ ଭାରତ ଦୁଇ ଥର WTC ଫାଇନାଲ ଖେଳିଛି । ୱେଷ୍ଟଇଣ୍ଡିଜ ମାଟିରେ ଭାରତ ଏବେ ସୁଦ୍ଧା ୱେଷ୍ଟଇଣ୍ଡିଜ ବିପକ୍ଷରେ ୫୧ଟି ଟେଷ୍ଟ ଖେଳିଥିବା ବେଳେ ୯ଟିରେ ବିଜୟୀ ହୋଇଛି ଏବଂ ୧୬ଟି ମ୍ୟାଚ୍‌ ହାରିଛି । 

ସେହିପରି ୨୬ଟି ମ୍ୟାଚ୍‌ ଡ୍ର ରହିଛି । ୨୦୦୨ ପରେ ଭାରତ  ୱେଷ୍ଟଇଣ୍ଡିଜଠାରୁ ଗୋଟିଏ ବି ମ୍ୟାଚ୍‌ ହାରିନି । ୨୦୦୨ ପରେ ୮ଟି ସିରିଜ ଖେଳା ଯାଇଥିବା ବେଳେ ପ୍ରତ୍ୟେକ ମ୍ୟାଚରେ ବିଜୟୀ ହୋଇଛି ମେନ ଇନ୍‌ ବ୍ଲୁ । ତେବେ ଆଜିଠୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ ମଧ୍ୟ ଭାରତ ନିଜ ନାଁରେ କରି ଏହି ରେକର୍ଡକୁ ବଜାୟ ରଖିବ ବୋଲି ଆଶା ରହିଛି ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ୍‌, ଶୁବମନ ଗିଲ୍‌, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ୍‌ ଭରତ (ୱିକେଟ୍‌ରକ୍ଷକ), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦୁଳ ଠାକୁର, ଜୟଦେବ ଉନାଦକଟ୍‌, ମହମ୍ମଦ ସିରାଜ।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍‌ ଏକାଦଶ: କ୍ରେଗ୍‌ ବ୍ରାଥୱେଟ୍‌, ତ୍ୟାଗନାରାୟଣ ଚନ୍ଦ୍ରପଲ୍‌, ରେମଣ୍ଡ ରିଫର, ଜର୍ମାଇନ୍‌ ବ୍ଲାକ୍‌ଉଡ୍‌, କିର୍କ ମ୍ୟାକେଞ୍ଜି, ଜୋସୁଆ ଡା ସିଲ୍‌ଭା, ରାଖିମ୍‌ କର୍ଣ୍ଣୱାଲ୍‌, ଜାସନ୍‌ ହୋଲ୍ଡର, ଜୋମେଲ୍‌ ୱାରିକାନ୍‌, ଅଲଜାରି ଜୋସେଫ୍‌, କେମାର ରୋଚ୍‌।