ଟ୍ରଲି ବ୍ୟାଗ ରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା,ହତ୍ୟାକାରୀ ବାହାରିଲେ ବାପା

ଦିଲ୍ଲୀ: ଗତ ସପ୍ତାହରେ ଉତ୍ତରପ୍ରଦେଶର ମଥୁରାର ଯମୁନା ଏକ୍ସପ୍ରେସୱେ ନିକଟରେ ଏକ ସୁଟକେସ ଭିତରୁ ଦିଲ୍ଲୀର ଜଣେ ୨୨ ବର୍ଷୀୟ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ତେବେ ସମ୍ପୃକ୍ତ ଯୁବତୀଙ୍କୁ ନିଜ ବାପା ହତ୍ୟା କରି ସୁଟକେଶ ଭିତରେ ଭର୍ତ୍ତି କରି ଫିଙ୍ଗି ଥିବା ପୁଲିସ କହିଛି।

ଘଟଣା ଅନୁସାରେ, ଗତ ଶୁକ୍ରବାର ଦିନ ପୂର୍ବରୁ ମଥୁରା ଜିଲ୍ଲା ସ୍ଥିତ ଯମୁନା ଏକ୍ସପ୍ରେସ୍‌ େୱ ନିକଟରେ ଏକ ଟ୍ରଲି ବ୍ୟାଗ୍‌ ପଡ଼ିଥିଲା । ଯେଉଁଥିରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତଦନ୍ତ ପରେ ଜଣା ପଡ଼ିଥିଲା ଯେ ଉଦ୍ଧାର ହୋଇଥିବା ମୃତ ଯୁବତୀଙ୍କ ନାମ ଆୟୁଷି ଯାଦବ । ଆୟୁଷି ଦିଲ୍ଲୀ ବଦରପୁରର ମୂଳ ବାସିନ୍ଦା । ନିଜ ପିତା ନିତେଶ ଯାଦବଙ୍କୁ ନକହି ଆୟୁଷି ଘରୁ ବାହାରିକି ବୁଲିବାକୁ ଚାଲିଯାଇଥିଲେ । ଯିବାର କିଛି ଦିନ ପରେ ଆୟୁଷି ପୁଣି ଘରକୁ ଫେରିଥିଲେ । ହେଲେ ଜାଣିନଥିଲେ ଘରକୁ ଫେରିବା ମାତ୍ରେ ତାଙ୍କ ଜୀବନ ଚାଲିଯିବ । ଆୟୁଷି ଘରକୁ ଫେରିଥିବା ଦେଖି ତାଙ୍କ ବାପା ନିତେଶ ଖୁବ୍‌ ରାଗି ଯାଇଥିଲେ । ଏହାପରେ ଝିଅକୁ ଶାସ୍ତି ଦେବାକୁ ଯାଇ ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲେ । ସିଧା ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ଆୟୁଷିଙ୍କ ଜୀବନ ଚାଲିଯାଇଥିଲା ।

ଏହାପରେ ବାପା ନିତେଶ ଏକ ପଲିଥିନ୍‌ ଜରିରେ ଆୟୁଷିଙ୍କ ମୃତଦେହକୁ ଗୁଡ଼ାଇଥିଲେ ଓ ଏକ ନାଲି ରଙ୍ଗର ଟ୍ରଲି ବ୍ୟାଗ୍‌ରେ ଶରୀରକୁ ପ୍ୟାକ୍‌ କରିଥିଲେ । ଆଉ ତାକୁ ନେଇ ଉତ୍ତରପ୍ରଦେଶ ମଥୁରାର ଯମୁନା ଏକ୍ସପ୍ରେସ୍‌ େୱରେ ଫିଙ୍ଗି ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ସର୍ଭିସ ରୋଡ୍‌ ଦେଇ ଯିବା ଆସିବା କରିବା ବେଳେ କିଛି ଲୋକ ଏହି ଟ୍ରଲି ବ୍ୟାଗ୍‌ ଦେଖିଥିଲେ ଏବଂ ସେମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ବର୍ତ୍ତମାନ ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି ବୋଲି ପୋଲିସ ସୂଚନା ଦେଇଛି ।