ଦୀପ ଦାନ ର ମହତ୍ତ୍ୱ

ହିନ୍ଦୁ ମାନଙ୍କ ଘରେ ଠାକୁରପୂଜା ହେଉ କିମ୍ବା କୌଣସି ପର୍ବ ସବୁଥିରେ ଦୀପ ର ମହତ୍ତ୍ୱ ବେଶ ଅଧିକ ଥାଏ I ସମସ୍ତ ଶୁଭ କାର୍ଯ୍ୟରେ ପ୍ରଥମେ ଦୀପଦାନ କରାଯାଇଥାଏ I ତେବେ ଏହି ଦୀପର ଅନେକ ମହତ୍ତ୍ୱ ରହିଥିବାବେଳେ ,ଏହାକୁ ଜାଳିବାରେ କିଛି ନିୟମ ମଧ୍ୟ ରହିଛି I ଅଗ୍ନି ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜ ଘରେ କୌଣସି ଅଟକିଥିବା କାମ ପାଇଁ ମାନସିକ କରି ଏକବର୍ଷ ଅଖଣ୍ଡ ଦୀପ ଜାଳନ୍ତି ,ତେବେ ତାଙ୍କୁ ଜୀବନରେ ସବୁକିଛି ମିଳିଥାଏ ଏବଂ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ I ସେହିଭଳି ଦୀପଦାନ କରିବା ଦ୍ୱାରା ସିଧାସଳଖ ଭଗବାଙ୍କ ସହିତ ସଂଯୋଗ ହୋଇଥାଏ I ସେହିଭଳି ଠାକୁରଙ୍କ ଘରେ ଦୀପ ସବୁବେଳେ ପୂର୍ବ ମୁଖା କରି ଜାଳିବା ଦରକାର I ଏହା ସହିତ ଧ୍ୟାନ ଦେବା ଦରକାର ଦୀପ ଯେଭଳି ଗର୍ଭକୁ ନ ଜଳେ I ଦୀପ ଦାନ କରିବାର ପରମ୍ପରା ହିନ୍ଦୁ ମାନଙ୍କର ରହିଥାଏ I ସେହିପରି ଶନି ଦେବ ଙ୍କ ପାଇଁ ପ୍ରତି ମଙ୍ଗଳବାର ପଶ୍ଚିମ ମୁଖା କରି ସୋରିଷତେଲ ଓ ଶନିବାର ରାଶିତେଲ ରେ ଦୀପ ଦେବାର ବିଧି ରହିଛି I ସେହିଭଳି ପ୍ରତି ପୁର୍ଣିମାରେ ନିକଟସ୍ଥ ମନ୍ଦିରରେ ଦୀପଦାନ ଦ୍ୱାରା ଭଗବାନ ଙ୍କ କୃପା ପ୍ରାପ୍ତି ହୋଇଥାଏ I

Comments (0)
Add Comment