ରେଳ ବିଭାଗ ତରଫରୁ ପାନ-ଆଧାର କାର୍ଡ ତିଆରି ପାଇଁ ଆରମ୍ଭ ହେଲା ହେଲ୍ପ ସେଣ୍ଟର

ଭାରତୀୟ ରେଳ ବିଭାଗରେ କମନ ସର୍ଭିସ ସେଣ୍ଟର ଆରମ୍ଭ ହେବାକୁ ଯାଉଛି। ଏହାକୁ railwire sathi kiosk ନାମ ଦିଆଯାଇଛି। ଏଠାରେ ଯାତ୍ରୀ ମାନଙ୍କ ପାଖରେ ଆଧାର ଏବଂ ପାନ କାର୍ଡ ନଥିଲେ ରେଳ ବିଭାଗର ଏହି ସେଣ୍ଟରରେ ଖୁବ ସହଜରେ କାଡ ର୍ ବନାଇପାରିବେ।
ଦେଶର ସବୁଠୁ ଜରୁରୀ କାଗଜ ହେଉଛି ଆଧାର ଓ ପାନ। କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଏହି କାର୍ଡ ନାହିଁ। ଏମିତିରେ ସେମାନଙ୍କୁ ବାହାରକୁ ଯିବା ପାଇଁ ହେଲେ ମଧ୍ୟ ଅନେକ ଅସୁବିଧା ହୋଇଥାଏ। ବିନା ପ୍ରମାଣ ପତ୍ରରେ ଦୂର ସ୍ଥାନକୁ ଯାତ୍ରା କରିବା ସମ୍ଭବ ନୁହେଁ। ତେବେ ଏହାରି ମଧ୍ୟରେ ରେଳ ବିଭାଗ ତରଫରୁ ଏହି ସୁବିଧା ଜାରି କରାଯାଇଛି। କମନ ସର୍ଭିସ ସେଣ୍ଟର ଦ୍ୱାରା ଖୋଲାଯାଇଥିବା ନୂଆ railwire sathi kiosk ସେଣ୍ଟରରେ ଏହି କାର୍ଡକୁ ଖୁବ ସହଜରେ କମ ସମୟ ମଧ୍ୟରେ ତିଆରି କରିପାରିବେ। ଏବେ ଯାତ୍ରୀ ମାନେ ରେଳ ବିଭାଗରେ ପାନ ଓ ଆଧାର କାର୍ଡ ତିଆରି କରିପାରିବେ।
ଏହି ସୁବିଧା ପାଇଁ ଷ୍ଟେସନରେ କିୟାସ୍କୋ ଲଗାଯାଇଛି। ପ୍ରଥମେ କରି ଏବେ ୨୦୦ ରେଳ ଷ୍ଟେସନରେ ଏହି ସୁବିଧା ଆରମ୍ଭ ହୋଇଛି। ଏହାରି ମଧ୍ୟରେ ଯାତ୍ରୀ ଟ୍ରେନର ଅପେକ୍ଷା କରିଥିଲେ କିମ୍ବା ଅନ୍ୟ କାହାର ଅପେକ୍ଷା କରିଥିଲେ ଏହାରି ସମୟ ମଧ୍ୟରେ ସେମାନେ ଏହି ମେସିନ ସାହାଯ୍ୟରେ ପାନ କାର୍ଡ ଓ ଆଧାର କାର୍ଡ ତିଆରି କରିପାରିବେ।\
ଯାତ୍ରୀମାନେ ଫୋନ ରିଚାର୍ଜ କରିବା ଏବଂ ବିଜୁଳି ବିଲ ପୈଠ କରିବାର ଲାଭ ମଧ୍ୟ ଉଠାଇପାରିବେ। ଏବେ ବର୍ତ୍ତମାନ ଉତ୍ତର-ପୂର୍ବ ରେଳ ବିଭାଗର ୨ଟି ଷ୍ଟେସନରେ ଏହି ସୁବିଧା ଆରମ୍ଭ ହୋଇଛି।

ଦେଶରେ ଏବେ ମୋଟ ୨୦୦ଟି ଷ୍ଟେ ନରେ ଏହି ସେବା ଆରମ୍ଭ ହୋଇଛି। ପ୍ରଥମ ଚରଣରେ ବାରଣାସୀ ସିଟି ଏବଂ ପ୍ରୟାଗରାଜ ରାମବାଗ ରେ କିୟାସ୍କୋ ଲଗାଯାଇଛି। ଦ୍ୱିତୀୟ ଚରଣରେ ଅନ୍ୟ ପ୍ରମୁଖ ଷ୍ଟେସନରେ ଏହି ସୁବିଧା ଆରମ୍ଭ କରିବା ପାଇଁ ଯୋଜନା ଚାଲିଛି। ଏଥିରେ ଟାକ୍ସ ଫାଇଲ କରିବା ପାଇଁ ସୁବିଧା ଦିଆଯାଉଛି। ଏହା ସହିତ ଟ୍ରେନ, ଫ୍ଲାଇଟ ଓ ବସ୍ ରେ ଟିକେଟ ମଧ୍ୟ ବୁକ କରାଯିବ। ବ୍ୟାକିଂ, ବୀମା ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ।
ଜାଣି ରଖନ୍ତୁ ଯେ ସ୍ଥାନୀୟ ସ୍ତରରେ ସମସ୍ତ ଛୋଟ ସରକାରୀ କାମ ପାଇଁ ସରକାର କମନ ସର୍ଭିସ ସେଣ୍ଟରକୁ ଖୋଲିଛନ୍ତି। ଏଥିପାଇଁ ସରକାର ଲାଇସେନ୍ସ ଯୋଗାଇଥାନ୍ତି । ଏହି ସ୍ଥାନ ଗୁଡିକରେ ବିଜୁଳି ବିଲ, ଫୋନ ବିଲ, ଫୋନ ରିଚାର୍ଜ, ଇନସୁରାନ୍ସ, ଆଧାର ଏବଂ ପାନ କାର୍ଡ ତିଆରି ପାଇଁ କାମ ହୋଇଥାଏ।