“ମା’ର ଯତ୍ନ ନେବା ପାଇଁ ବଡ଼ ଘର ନୁହେଁ, ହୃଦୟ ବଡ ହେବା ଉଚିତ୍ : ସୁପ୍ରିମକୋର୍ଟ

ମା’ର ଦେଖାଶୁଣା କରିବା ଏବଂ ରଖିବା ପାଇଁ ବଡ ଘର ଦରକାର ନାହିଁ । ଏଥିପାଇଁ ବଡ ହୃଦୟ ଦରକାର । ସୁପ୍ରିମକୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କର ୮୯ ବର୍ଷୀୟ ମା’ଙ୍କ ସମ୍ପତ୍ତି ବିକ୍ରି ରୋକିବା ପାଇଁ ଆଦେଶ ଦେବା ସହ ଏହି ଟିପ୍ପଣି ଦେଇଛନ୍ତି । ବୃଦ୍ଧ ମହିଳା ବୈଦେହୀ ସିଂହ ଡିମେନସିଆ ରୋଗରେ ପୀଡ଼ିତ । କିନ୍ତୁ ଅସୁସ୍ଥତା ସତ୍ତ୍ବେ ତାଙ୍କ ବଡ଼ ପୁଅ କ୍ରୀଷ୍ଣା କୁମାର ସିଂହ ତାଙ୍କର ଚିକିତ୍ସା କରୁନାହାନ୍ତି। ବରଂ ତାଙ୍କର ସମସ୍ତ ସମ୍ପତ୍ତିକୁ ସେ ନିଜ ନାଁରେ କରିବାରେ ବ୍ୟସ୍ତ। କେବଳ ସମ୍ପତ୍ତି ଲୋଭରେ ଝିଅମାନଙ୍କଠାରୁ ମା’ଙ୍କୁ ଅପହଞ୍ଚ ରଖିଥିଲେ। କିନ୍ତୁ ବୈଦେହୀଙ୍କର ୨ ଝିଅ ପୁଷ୍ପା ତିୱାରୀ ଏବଂ ଗାୟତ୍ରୀ କୁମାର ମା’ଙ୍କୁ ପାଖରେ ରଖିବାପାଇଁ କୋର୍ଟରେ ଆବେଦନ କରିଛନ୍ତି ।

ମାମଲାର ଶୁଣାଣି କରି ଜଷ୍ଟିସ ଡିୱାୟି ଚନ୍ଦ୍ରଚୁଡ଼ ଏବଂ ସୁର୍ଯ୍ୟକାନ୍ତ ଜାଣୀବାକୁ ପାଇଥିଲେ ଯେ, ପୁଅ ତାଙ୍କ ଗମ୍ଭିର ଭାବରେ ରୋଗରେ ପିଡ଼ିତ ମା’ଙ୍କୁ ରେଜିଷ୍ଟର ନେଇଯାଇଥିଲା । ତାଙ୍କର ଟିପ ଚିହ୍ନ ନେବାକୁ । ଯାହା ଦ୍ୱାରା ସେ ୨ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିପାରିବେ । ମାମଲାରେ ସମ୍ପୃକ୍ତ ବୈଦେହୀ ସିଂଙ୍କର ଚାରି ପୁଅ ଏବଂ ଦୁଇ ଝିଅ ଅଛନ୍ତି । ସବୁଠୁ ବଡ଼ ପୁଅ କୃଷ୍ଣକୁମାର ତାଙ୍କୁ ନିଜ ପାଖରେ ରଖିଥିଲେ । ତାଙ୍କର ବିଗୁଡ଼ୁଥିବା ସ୍ଥିତି ଦେଖି ଝିଅ ପୁଷ୍ପା ଏବଂ ଗାୟତ୍ରୀ ତାଙ୍କର ଯତ୍ନ ନେବାକୁ ପ୍ରସ୍ତାବ ଦେଇଥିଲେ ।

ଦୁଇ ଝିଅ ୨୦୧୯ରେ କୋର୍ଟରେ ପିଟିସନ ଦାୟର କରିଥିଲେ କି ସେମାନେ ମା’ଙ୍କର ଯତ୍ନ ନେବାକୁ ତାଙ୍କୁ ନିଜ ପାଖକୁ ନେଇ ପାରିବେ । କୋର୍ଟ ଏହି ମାମଲାରେ ଆଜି ଶୁଣାଣି କରିବା ସହ ‌ବୃଦ୍ଧାଙ୍କ ପୁଅଙ୍କଠାରୁ ଉକ୍ତ ମାମଲାରେ ମଙ୍ଗଳବାର ସୁଦ୍ଧା ଜବାବ ମାଗିଛନ୍ତି। ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଝିଅମାନଙ୍କୁ ସେମାନଙ୍କ ମା’ଙ୍କର ଯତ୍ନ ନେବାପାଇଁ ଦିଅ। ଆମେ ତୁମକୁ ମଧ୍ୟ ଏହି ସୁଯୋଗ ‌ଦେବୁ । ଏହାର ଉତ୍ତରରେ କ୍ରୀଷ୍ଣା କୁମାର ସିଂହଙ୍କ ପକ୍ଷରୁ ଆଇନଜୀବୀ କହିଥିଲେ, ଝିଅମାନେ ନିଜ ପରିବାର ସହ ରହୁଛନ୍ତି। ସେମାନଙ୍କ ପାଖରେ ମା’ଙ୍କୁ ରଖିବା ପାଇଁ ଜାଗା ନାହିଁ। ଏହାର ଉତ୍ତରରେ କୋର୍ଟ କହିଥିଲେ, ମା’କୁ ରଖିବା ପାଇଁ ବଡ଼ ଘର ନୁହେଁ, ବରଂ ବଡ଼ ହୃଦୟ ଦରକାର। ବୈଦେହୀ ଡିମେନ୍‌ସିଆରେ ପୀଡ଼ିତ ଥିବା କୋର୍ଟ‌ ହୃଦ୍‌ବୋଧ ହେବାପରେ ତାଙ୍କର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର କ୍ରୟବିକ୍ରୟ ଉପରେ କଟକଣା ଲଗାଇଛନ୍ତି ।
ବୈଦେହୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଜାଣିବା ପାଇଁ କୋର୍ଟ ପାଟନାର ମେଦାନ୍ତ ହସ୍ପିଟାଲ୍‌କୁ ଏକ ମେଡିକାଲ ବୋର୍ଡ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏପ୍ରିଲ ୨୮ରେ ଏହି ମେଡିକାଲ ବୋର୍ଡ କୋର୍ଟରେ ଦାଖଲ କରିଥିବା ରିପୋର୍ଟ ଅନୁଯା‌ୟୀ ବୈଦେହୀ ସିଂହ ଆଡଭାନ୍ସ ଡିମେନସିଆରେ ପୀଡ଼ିତ । ତେବେ ମା’ଙ୍କ ଏଭଳି ସ୍ଥିତିରେ ପୁଅ ସମ୍ପତ୍ତି ବିକିବାରେ ବ୍ୟସ୍ତ ରହିବା ଘଟଣାରେ କୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ।

ତେବେ ଏହି ଘଟଣାର ଶୁଣାଣି ଆଗାମୀ ୧୭ ମେ ରେ ହେବ ବଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଆଦେଶ ପର୍ଯ୍ୟନ୍ତ ସମ୍ପତ୍ତି ବିକ୍ରିକୁ ନେଇ କୌଣସି ଡିଲ ହେବ ନାହିଁ । ଏହା ସହ ମା’ଙ୍କୁ ବେଟିବାକୁ ଭାଇ ଭଉଣି କାହାକୁ ରୋକିବେ ନାହିଁ