ଦାତା ଙ୍କ ମହାନତା : ଶ୍ରୀମନ୍ଦିର ହୁଣ୍ଡି କୁ ୨୮ ଲକ୍ଷ କଲେ ଦାନ

ଗୋଟିଏ ଦିନରେ ପୁରୀ ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୨୮ ଲକ୍ଷ ଟଙ୍କା । ଏଥିରେ ରହିଛି ୨ ହଜାର ଟଙ୍କିଆ ୫ଟି ବଣ୍ଡଲ ଓ ୫ଶହ ଟଙ୍କିଆ ୯ଟି ବଣ୍ଡଲ । ଗୋଟିଏ ଦିନରେ ହୁଣ୍ଡିରୁ ମିଳିଥିବା ଟଙ୍କା ବିରଳ ରେକର୍ଡ ସୃଷ୍ଟି କରିବା ସହ ଭକ୍ତଙ୍କୁ ପ୍ରଭାବିତ କରିଛି । ଦାନ ପାଇଁ ପ୍ରେରଣା ମଧ୍ୟ ଦେଇଛି ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା କେହି ଭକ୍ତ ଶ୍ରୀମନ୍ଦିର ହୁଣ୍ଡିରେ ୨ ହଜାର ଟଙ୍କାର ୫ ବଣ୍ଡଲ ଦାନ ଦେଇଥିଲେ । ପ୍ରତି ବଣ୍ଡଲରେ ୨ ଲକ୍ଷ ଟଙ୍କା ରହିଥିଲା । ଏଭଳି ୫ଟି ବଣ୍ଡଲରୁ ୧୦ ଲକ୍ଷ ଟଙ୍କା ଦାନ ମିିଳିଥିଲା । ସେହିଭଳି ୯ ବଣ୍ଡଲ ୫ ଶହ ଟଙ୍କିଆ ବି ମିଳିଥିଲା । ପ୍ରତି ବଣ୍ଡଲରେ ୫୦ ହଜାର ଟଙ୍କା ରହିଥିଲା । ଯେଉଥିଁ ପାଇଁ ହଠାତ ଶ୍ରୀମନ୍ଦିର ହୁଣ୍ଡିର ଟଙ୍କା ହଠାତ ବଢ଼ିଯାଇଥିଲା । ଦୈନିକ ୨ରୁ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ ଟଙ୍କା ଶ୍ରୀମନ୍ଦିରରୁ ମିଳିଥାଏ । ତେବେ କିଏ ସେହି ଦାତା ଏତେ ମାତ୍ରାରେ ଟଙ୍କା ଦାନ ଦେଇଛି ସେନେଇ ଚର୍ଚ୍ଚା ବଢ଼ିବାକୁ ଲାଗିଛି ।

Comments (0)
Add Comment