ରାଜ୍ୟପାଳ ବିଧାୟକଙ୍କ ପଦ ରଦ୍ଦ ନେଇ ବିଳମ୍ବ କରିବା କଥା ନୁହଁ: ସୁପ୍ରିମକୋର୍ଟ

ମଣିପୁରର ୧୨ ଜଣ ବିଜେପି ବିଧାୟକଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ। ସମ୍ପୃକ୍ତ ବିଧାୟକଙ୍କ ପଦ ରଦ୍ଦ ନେଇ ରାଜ୍ୟପାଳ ବିଳମ୍ବ କରିବା କଥା ନୁହଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସମ୍ପୃକ୍ତ ୧୨ ଜଣ ବିଧାୟକଙ୍କ ବିରୋଧରେ ଅଫିସ ଅଫ ପ୍ରଫିଟ୍‌ ଅଭିଯୋଗ ଆସିଥିଲା।ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ ପ୍ରତିନିଧିତ୍ୱ କରିଥିଲେ। ଜଷ୍ଟିସ୍‌ ଏଲ ନାଗେଶ୍ୱର ରାଓ ମାମଲାର ଶୁଣାଣି କରି ରାଜ୍ୟପାଳ ଏ ବାବଦରେ ନିଷ୍ପତ୍ତି ନେବାକୁ ବିଳମ୍ବ କରିବା କଥା ନୁହଁ ବୋଲି କହିଛନ୍ତି। ବିଧାୟକଙ୍କ ପଦ ରଦ୍ଦ ସମୟସୀମା ହାତରେ ଆଉ ମାତ୍ର ମାସେ ଥିବା ବେଳେ ଏନେଇ ବିଳମ୍ବ କରିବା କଥା ନୁହଁ ବୋଲି କୋର୍ଟ କହିଛନ୍ତି। ନିର୍ବାଚନ କମିଶନ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ରାଜୀବ ଧାୱନ କୋର୍ଟରେ ପକ୍ଷ ରଖି ରାଜ୍ୟପାଳଙ୍କ ପାଖରେ ନିଷ୍ପତ୍ତି ଝୁଲି ରହିଥିବା ପ୍ରସଙ୍ଗରେ ମତ ରଖିଥିଲେ।
ଗତ ଜାନୁଆରୀ ମାସରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧାୟକଙ୍କ ପଦ ରଦ୍ଦ ସମ୍ପର୍କରେ ସୁପାରିଶ କରିଥିଲେ। ତେବେ ଏ ବାବଦରେ ନିଷ୍ପତ୍ତି ନେବାକୁ ରାଜ୍ୟପାଳ ବିଳମ୍ବ କରିବା କଥା ନୁହେଁ ବୋଲି କୋର୍ଟ କହିଛନ୍ତି । ରାଜବୀ ଗାନ୍ଧି ଦୋଷୀ ସାବ୍ୟସ୍ତ ମାମଲାକୁ ଉଦ୍ଧୃତ କରି କୋର୍ଟ କହିଛନ୍ତି ଯେ, ସେ ସମୟରେ ରାଜ୍ୟପାଳ ଏକ ନିର୍ଦ୍ଧାରିତ ସମୟରେ ନିଷ୍ପତ୍ତି ନେଇଥିଲେ। ଏନେଇ ମଣିପୁର ରାଜ୍ୟପାଳଙ୍କ ସଚିବଙ୍କୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ। ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୧ରେ ରହିଛି। ମଣିପୁରରେ ସମ୍ପୃକ୍ତ ୧୨ ଜଣ ବିଧାୟକଙ୍କ ରଦ୍ଦ ପ୍ରସଙ୍ଗ ବାବଦରେ କଂଗ୍ରେସ ବିଧାୟକ ଡିଡି ଥୈଶି କୋର୍ଟ ଯାଇଥିଲେ। ଅଭିଯୋଗ ଅନୁଯାୟୀ ସେହି ୧୨ ଜଣ ବିଧାୟକ ସଂସଦର ସମ୍ପାଦକ ପଦ ଛାଡ଼ି ନାହାନ୍ତି। ଯାହାକୁ ଅଫିସ ଅଫ ପ୍ରଫିଟ୍‌ ବୋଲି ବିବେଚନା କରାଯାଉଛି।

Comments (0)
Add Comment