୧୫ଟି ସାମରିକ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ସରକାର ଦେଲେ ସୂଚନା

ସାମରିକ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ କେନ୍ଦ୍ର ସରକାର ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମାର୍ଚ୍ଚ ୨୦୧୭ ଠାରୁ ଚିତା, ଚେତକ, ଏମ୍‌ଆଇ-୧୭ ସମେତ ୧୫ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୫ଟି ସାମରିକ ହେଲିକପ୍ଟର ଦୁର୍ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି । ୨୦୧୭ ମସିହାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେନାର ୧୫ ଟି ଚାପର ଚିତାଠାରୁ ଚେତକ୍ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ରହିଛି । ଏହା ବ୍ୟତୀତ ଡିସେମ୍ବର ୮ ରେ ତାମିଲନାଡୁର କୁନୁରରେ ଦୁର୍ଘଟଣାଗ୍ରସ୍ତ ସେନାର Mi-17V5 ଚପର ମଧ୍ୟ ଅନ୍ତର୍ଭୁକ୍ତ । ମାର୍ଚ୍ଚ ୨୦୧୭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଘଟିଥିବା ହେଲିକପ୍ଟର ଦୁର୍ଘଟଣା ସହିତ ଏହି ସଂଖ୍ୟାଗୁଡିକ ଜଡିତ । ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଅଜୟ ଭଟ୍ଟ ଏହି ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ସମୁଦାୟ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

Comments (0)
Add Comment