୨ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର

ଭୁବନେଶ୍ୱର:  କ୍ଷମତାକୁ ଆସିବାର ମାସ କେଇଟା ଭିତରେ ରାଜ୍ୟରେ ବଡ଼ ଶିଳ୍ପ ପ୍ରତିଷ୍ଠା ଦିଗରେ ପ୍ରୟାସ ଆରମ୍ଭ କରିଦେଇଛନ୍ତି ମୋହନ ସରକାର। ଓଡିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଆସନ୍ତା ୭, ୮ ଓ ୯ ତାରିଖରେ ଗୁଜରାଟର ଅହମଦାବାଦ ଓ ପୁନେରେ ଶିଳ୍ପ ବିଭାଗ ରୋଡ଼ ସୋ କରିବ। ଅଢ଼େଇ ଲକ୍ଷ କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଯାହା ଫଳରେ ବିକଶିତ ଭାରତ ଗଠନରେ ଓଡ଼ିଶା ବଡ଼ ଅଂଶୀଦାର ହୋଇପାରିବ।  ଆଗାମୀ ୭, ୮ ଏବଂ ୯ ତାରିଖରେ ଅହମଦାବାଦ ଏବଂ ପୁନେରେ ରୋଡ ସୋ କରିବ ଶିଳ୍ପ ବିଭାଗ । ଓଡିଶାକୁ ଅଧିକରୁ ଅଧିକ ଶିଳ୍ପ ଆଣିବା ପାଇଁ ନିବେଶକ ମାନଙ୍କ ସହ କରାଯିବ ଇନଭେଷ୍ଟର ମିଟ୍‍ ଏବଂ ରାଉଣ୍ଡ ଟେବୁଲ ଆଲୋଚନା । ଏହାସହ ଓଡିଶାର ଶିଳ୍ପ ନୀତିକୁ ନେଇ ଶିଳ୍ପାନୁଷ୍ଠାନର ମୁଖ୍ୟ ମାନଙ୍କ ସହ ୱାନ ଟୁ ୱାନ ହେବ ଆଲୋଚନା । ମୋହନ ସରକାରଙ୍କ ଫୋକସରେ ଅଟୋମୋବାଇଲସ୍‍, ଫୁଡ୍ ପ୍ରୋସେସିଂ, ଆନସେଲାରି ଡାଉନଷ୍ଟ୍ରିମ ମେଟାଲ, ଫାର୍ମା ଏବଂ ଇଲେକକ୍ଟ୍ରୋନିକ୍ସ ମାନୁଫେକ୍ଚରିଂ ସେକ୍ଟର ଭଳି ଶିଳ୍ପ । ଶିଳ୍ପ ମାନଙ୍କୁ ଓଡିଶାରେ ପୁଞ୍ଜିନିବେଶ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରକୃଷ୍ଟ ସୁଯୋଗ ଯୋଗାଇ ଦିଆଯିବ । ଓଡିୁଶାକୁ ଶିଳ୍ପ ଆସିବା ପାଇଁ ପ୍ରୋତ୍ସାହିତ କରାଯିବ । ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଆଗକୁ ନେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଡୋମେଷ୍ଟିକ ଇନଭେଷ୍ଟମେଣ୍ଟ ମାଧ୍ୟମରେ ୨୦୨୯ ସୁଦ୍ଧା ଓଡିଶାରେ ୨ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହାସହ ୨ ବିଲିୟନ ଡଲାରର  ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି ପାଇଁ ମୋହନ ସରକାରଙ୍କ ଭିଜନ ରଖିଛନ୍ତି ।