PF ଆକାଉଣ୍ଟ ଧାରୀ ଙ୍କ ପାଇଁ ଖୁସି ଖବର ଚାକିରି ପରିବର୍ତ୍ତନ ପରେ ମଧ୍ୟ ବଦଳିବ ନାହିଁ PF ଆକାଉଣ୍ଟ

ଦେଶର ୫ କୋଟିରୁ ଅଧିକ ଇପିଏଫ୍ ଖାତାଧାରୀଙ୍କ ପାଇଁ ଏକ ଖୁସି ଖବର । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୋର୍ଡ ର ବୈଠକ ପରେ ଶନିବାର ଏକ ବଡ଼ ଘୋଷଣା କରାଯାଇଛି। ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଖାତାର କେନ୍ଦ୍ରୀୟ ଆଇଟି ସିଷ୍ଟମକୁ ଅନୁମୋଦନ କରାଯିବ ବୋଲି ବୈଠକ ରେ ନିଷ୍ପତ୍ତି ନିଆଯାଇଛି। ଏହାର ଅର୍ଥ ହେଉଛି ଯଦି ଜଣେ କର୍ମଚାରୀ ଚାକିରି ବଦଳାନ୍ତି କିମ୍ବା ଗୋଟିଏ କମ୍ପାନୀରୁ ଅନ୍ୟ କମ୍ପାନୀରେ ଯୋଗ ଦିଅନ୍ତି, ତେବେ PF ଆକାଉଣ୍ଟ ସ୍ଥାନାନ୍ତର କରିବାରେ କୌଣସି ଅସୁବିଧା ହେବ ନାହିଁ I ପୁରୁଣା ଆକାଉଣ୍ଟ ନୂଆ ପିଏଫ୍ ଆକାଉଣ୍ଟରେ ଆପେଆପେ ମିଶିଯିବ । ସେହିପରି ପୁରୁଣା ଆକାଉଣ୍ଟରେ ଥିବା ସମସ୍ତ ଅର୍ଥ ମଧ୍ୟ ନୂଆ ଆକାଉଣ୍ଟକୁ ଚାଲିଆଯିବ । ଯଦି ଖାତାଧାରୀ ଚାହିଁବେ, ତେବେ ସେମାନଙ୍କର ପୁରୁଣା ଆକାଉଣ୍ଟକୁ ନୂଆ ଚାକିରିରେ ବି ଜାରି ରଖିପାରିବେ । କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି
ତେବେ ଏଥିପାଇଁ ଏକ କେନ୍ଦ୍ରୀକୃତ ଆଇଟି ବ୍ୟବସ୍ଥା ନିର୍ମାଣ ନିମନ୍ତେ ମଞ୍ଜୁରୀ ପ୍ରଦାନ କରାଯିବା ସହ ଇପିଏଫଓର ନିବେଶ କମିଟିକୁ ଅଧିକ କ୍ଷମତା ପ୍ରଦାନ ନେଇ ନିଷ୍ପତ୍ତି ହୋଇଛି । ସାମାଜିକ ସୁରକ୍ଷା କୋଡ୍ ଲାଗୁ କରିବା ଓ ସଦସ୍ୟଙ୍କ ପେନସନ ବଢ଼ାଇବା ପାଇଁ ଏକ କମିଟି ଗଠନ ହେବ ବୋଲି ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିବିଟି ବୈଠକରେ ସ୍ଥିରୀକୃତ ହୋଇଛି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ଅନୁଯାସାରେ କୋଭିଡ-୧୯ ସମୟରେ ଉପଭୋକ୍ତାଙ୍କ ଆର୍ଥିକ ଆବଶ୍ୟକତାକୁ ପୂରଣ ପାଇଁ ଏକ ସ୍ୱତନ୍ତ୍ର ଉଠାଣ ବ୍ୟବସ୍ଥା ଲାଗୁ କରାଯାଇଥିଲା । ସେଥିପାଇଁ ଆଇନରେ କିଛିମାତ୍ରାରେ ସଂଶୋଧନ କରାଯାଇଥିଲା । ସଂଶୋଧନ ଅନୁଯାୟୀ, ୩ ମାସ ପାଇଁ ମୂଳ ବେତନ ଓ ମହଙ୍ଗା ଭତ୍ତାର ସୀମା ପର୍ଯ୍ୟନ୍ତ ଅଥବା ଇପିଏଫ୍ ଆକାଉଣ୍ଟରେ ସଦସ୍ୟଙ୍କ ମୋଟ ରାଶିର ୭୫% ପର୍ଯ୍ୟନ୍ତ ପାଣ୍ଠି ଉଠାଯାଇ ପାରିବାର ବ୍ୟବସ୍ଥା ହୋଇଥିଲା । ଏହାଛଡ଼ା ଉପଭୋକ୍ତାମାନେ ଯେ କୌଣସି ସ୍ୱଳ୍ପ ଅର୍ଥରାଶି ଉଠାଣ ପାଇଁ ମଧ୍ୟ ଆବେଦନ କରିପାରିବେ ବୋଲି କୁହାଯାଇଥିଲା ।

ଏହା ବ୍ୟତୀତ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଏମ୍ପ୍ଲାଇଜସ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ (ଇପିଏଫ୍ଓ) ବୈଠକ ରେ ନିଷ୍ପତ୍ତି ନେଇଛି ଯେ ଇପିଏଫ୍ଓର ବାର୍ଷିକ ଜମା ମଧ୍ୟରୁ ୦% ପ୍ରତିଶତ ଇନଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟମେଣ୍ଟ ଟ୍ରଷ୍ଟ ଆମନ୍ତ୍ରଣ ସହିତ ବିକଳ୍ପ ନିବେଶରେ ବିନିଯୋଗ ହେବ I ଶନିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ କୁ ବହୁ ପୂର୍ବରୁ ଅପେକ୍ଷା କରାଯାଇଥିଲା କାରଣ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ନିଷ୍ପତ୍ତି ନେବାର ଥିଲା I ସର୍ବନିମ୍ନ ପେନ୍‌ସନ୍‌ର ପରିମାଣ ଏବଂ PF ର ସୁଧ ହାର ବୃଦ୍ଧି କରିବାକୁ ମଧ୍ୟ ଆଲୋଚନା ହେଉଛି | ଏହି ସମୟରେ ବିକଳ୍ପ ପାଣ୍ଠିରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

Comments (0)
Add Comment