ଶ୍ରୀମନ୍ଦିର ର ମହିମା

ପୁରୀ ଜଗନ୍ନାଥ ମନ୍ଦିରର ଗୌରବ ଗାଥା ସାରା ଦୁନିଆରେ ପ୍ରସିଦ୍ଧ I ୪ ଧାମ ମଧ୍ୟରୁ ଅନ୍ୟତମ ଧାମ ହେଉଛି ଶ୍ରୀକ୍ଷେତ୍ର ପୁରୀ I କୁହାଯାଏ ସମସ୍ତ ଧାମ ପରିଭ୍ରମଣ କରି ଯଦି ଶେଷରେ ପୁରୀ ଜଗନ୍ନାଥ ଙ୍କୁ ଦର୍ଶନ ନ କରନ୍ତି ତେବେ ସମସ୍ତ ତୀର୍ଥ ଫଳ ବୃଥା ଯାଏ I ଏହା ବାଡ଼ ଆପଣ ଯଦି ଅନ୍ୟ କୌଣସି ଧାମକୁ ଦର୍ଶନ ପାଇଁ ଯାଇ ପାରୁ ନାହାନ୍ତି, ତେବେ ଆପଣ ଖାଲି ଜଗନ୍ନାଥ ଦର୍ଶନ କଲେ ମଧ୍ୟ ପାଞ୍ଚ ତୀର୍ଥର ଫଳ ପାଇ ପାରିବେ I କିମ୍ବଦନ୍ତୀ ଅନୁସାରେ ପୁରୀ ଜଗନ୍ନାଥ ମନ୍ଦିର ର ଅନେକ ବିଶେଷତ୍ତ୍ୱ ରହିଛି I ସେ ଗୁଡିକ କଣ ଆସନ୍ତୁ ଜାଣିବା :

ମନ୍ଦିର ଉପରେ କୌଣସି ବିମାନ କିମ୍ବା ପକ୍ଷୀ ଉଡି ପାରେ ନାହିଁ ନାହିଁ। ଏହା ବ୍ୟତୀତ ଏହି ମନ୍ଦିରର ପତାକା ମଧ୍ୟ ପବନର ବିପରୀତ ଦିଗରେ ଉଡ଼ିଥାଏ I
କିମ୍ବଦନ୍ତୀ ଅନୁସାରେ ପୁରୀ ଶ୍ରୀ ମନ୍ଦିର ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ସ୍ୱୟଂ ପକ୍ଷୀରାଜ ଗରୁଡ଼ କରିଥାନ୍ତି I ତେଣୁ ଅନ୍ୟ କୌଣସି ପକ୍ଷୀ ଗରୁଡ଼ ଙ୍କୁ ଅବମାନନା ନ କରିବା ପାଇଁ ମନ୍ଦିର ଉପରେ ଉଡି ନ ଥାନ୍ତି I ସେହିପରି ମନ୍ଦିର ଉପରେ ଲାଗିଥିବା ବିରାଟକାୟ ନୀଳଚକ୍ର ଅଷ୍ଟଧାତୁରେ ନିର୍ମିତ ହୋଇଥାଏ I ତେଣୁ ମନ୍ଦିର ଉପରଦେଇ କୌଣସି ବିମାନ ଉଡ଼ିଲେ ଏହାର ଚୁମ୍ବକିୟ ଶକ୍ତି ପ୍ରଭାବରେ ବିମାନ କୁ କ୍ଷତି ପହଂଚାଇବା ର ଆଶଙ୍କା ଥାଏ I

ପବନର ବିପରୀତ ଦିଗରେ ଉଡ଼ୁଥିବା ପତାକା ର ରହସ୍ୟ କୁ ନେଇ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ମଧ୍ୟ କୌଣସି ସିଦ୍ଧାନ୍ତରେ ପହଂଚି ପରି ନାହାନ୍ତି I
ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ମେଘନାଦ ପାଚେରୀ ଟପି ସିଂହଦ୍ୱାର ମଧ୍ୟରେ ପୁରୀ ସମୁଦ୍ର ର ଗର୍ଜ୍ଜନ ମଧ୍ୟ ଶୁଣାଯାଏ ନାହିଁ I ଏହା ମହାପ୍ରଭୁ ଙ୍କ ଅନ୍ୟତମ ଲୀଳା କୁହାଯାଇପାରେ Iସେହିଭଳି ମହାପ୍ରଭୁ ଙ୍କ ନୈବେଦ୍ୟ କୁ ମହାପ୍ରସାଦ ବୋଲି କୁହାଯାଇଥାଏ I ଏହି ମହାପ୍ରସାଦ ପ୍ରସ୍ତୁତ କରିବାରେ ମଧ୍ୟ ବିଶେଷତ୍ତ୍ୱ ରହିଛି I ମହାପ୍ରସାଦ ରାନ୍ଧିଲାବେଳେ ରୋଷଶାଳାରେ ପ୍ରଥମେ ୭ ଟି ହାଣ୍ଡିକୁ ଏକ ସଂଗେ ଚୁଲି ଉପରେ ରଖାଯାଇଥାଏ I ମହାପ୍ରଭୁଙ୍କ ଅପାର ଲୀଳା ରୁ ସର୍ବପ୍ରଥମେ ଉପର ହାଣ୍ଡିର ପ୍ରସାଦ ସିଝିଥାଏ I ତା ପରେ ଧୀରେ ଧୀରେ ଅନ୍ୟ ହାଣ୍ଡି ଗୁଡିକରେ ପ୍ରସାଦ ହୋଇଥାଏ I ଆଶ୍ଚର୍ଯ୍ୟର କଥା, ପ୍ରସାଦ ରାନ୍ଧିବା ପାଇଁ ପୋଡି ଯାଇଥିବା କାଠକୁ ବ୍ୟବହାର କରାଯାଇଥାଏ I

ତେବେ ମହାପ୍ରଭୁ ଙ୍କ ଲୀଳା ଅପାର Iଆଜି ଯାଏ ମହାପ୍ରଭୁ ନିଜେ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ସଂସାର ଚଳାଉଛନ୍ତି I ତାଙ୍କ ଇଛା ବିରୁଦ୍ଧରେ କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ Iମହାପ୍ରଭୁଙ୍କ ଲୀଳା ବର୍ଣ୍ଣନା କରିବା ପାଇଁ ଆମେ ନିମିତ୍ତମାତ୍ର I ଜୟ ଜଗନ୍ନାଥ I

Comments (0)
Add Comment